ହସ୍ପିଟାଲରେ ଶେଷ ହୋଇଗଲା ଅମ୍ଳଜାନ, ଜୀବନ ହାରିଲେ ୭ କରୋନା ଆକ୍ରାନ୍ତ

Published By : Prameya-News7 Bureau | April 13, 2021 IST

ମୁମ୍ବାଇ,୧୪/୦୪: ଦେଶରେ କରୋନା ସଂକ୍ରମଣ ସବୁଠାରୁ ଖରାପ ସ୍ଥିତିରେ ପହଁଚିଛି । ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମଧ୍ୟରେ ଆଗରେ ରହିଛି । ଏଠାରେ ଦୈନିକ ୫୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ରାଜ୍ୟରେ କରୋନା ଭାକସିନର ଅଭାବ ଥିବା କୁହାଯାଉଛି। ଏହା ମଧ୍ୟରେ ମୁମ୍ବାଇ ନିକଟବର୍ତ୍ତୀ ନାଲାସୋପାରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ହସ୍ପିଟାଲରେ ଅମ୍ଳଜାନ ଅଭାବରୁ ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

wp:html /wp:html

ଏହି ଘଟଣା ପରେ ନାଲାସୋପାରା ବିଧାୟକ କ୍ଷୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ସୂଚନାନୁସାରେ, ବିନାୟକ ହସ୍ପିଟାଲରେ ଏହି ମାମଲା ସାମ୍ୱାକୁ ଆସିଛି । ଏଠାରେ ଅମ୍ଳଜାନ ଅଭାବରୁ ୭ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ତେବେ ବିଧାୟକ ନିଜ ଟ୍ୱିଟରେ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ଉଲ୍ଲେଖ କରିଛନ୍ତି । ମଙ୍ଗଳବାର ସକାଳୁ ହିଁ ହସ୍ପିଟାଲରେ ଅମ୍ଳଜାନର ଅଭାବ ପରିଲକ୍ଷିତ ହୋଇଥିଲା ।

ବିଧାୟକ ନିଜ ଟ୍ୱିଟରେ ଲେଖିଛନ୍ତି ଯେ,  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ମାମଲାରେ ଦୃଷ୍ଟି ଆକର୍ଷଣ କରନ୍ତୁ ବୋଲି ସେ ଚାହୁଁଛନ୍ତି । ବସଇ ଅଞ୍ଚଳରେ ଅମ୍ଳଜାନର ଘୋର୍ ଅଭାବ ରହିଛି । ଅକ୍ସିଜେନ୍ ଯୋଗାଣ ମାତ୍ର ୩ ଘଣ୍ଟା ଯାଏଁ ହୋଇପାରିବ । ଏହି ଅଞ୍ଚଳରେ ୭୦୦୦ରୁ ଅଧିକ ସକ୍ରିୟ କେସ୍ ରହିଛି  । ୩୦୦୦ଜଣଙ୍କୁ ଅମ୍ଳଜାନର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.