ନିଜର ସରଳ ଜୀବନ ଶୈଳୀ ପାଇଁ ଚର୍ଚ୍ଚିତ ମୋଦି ସରକାରଙ୍କ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ୭ଟି ସଂଗୀନ ମାମଲା

Published By : Prameya-News7 Bureau | June 01, 2019 IST

ନୂଆଦିଲ୍ଲୀ ୩୧/୫ : ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗତକାଲି ଦ୍ୱିତୀୟଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣର ଭବ୍ୟ ସମାରୋହରେ ମୋଦିଙ୍କ ମନ୍ତ୍ରିମଣ୍ଡଳର ୫୭ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ମୋଦିଙ୍କ କ୍ୟାବିନେଟରେ ଏମିତି କିଛି ମନ୍ତ୍ରୀ ଅଛନ୍ତି ଯେଉଁମାନେ ନାଁ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ଓଡିଶା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।

{"id":118261}

ଓଡିଶାର ମୋଦି ଭାବେ ପରିଚିତ ପ୍ରତାପ ଷଡ଼ଙ୍ଗୀ ଯେତେବେଳେ ଶପଥ ନେଇଥିଲେ ସେତେବେଳେ ତାଳିରେ କମ୍ପି ଉଠିଥିଲା ରାଷ୍ଟ୍ରପତି ଭବନ ପରିସର । ନିଜ ସରଳ ଜୀବନ ଶୈଳୀ ପାଇଁ ପରିଚିତ ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶହ ମଧ୍ୟ ତାଳି ବଜାଇ ସ୍ୱାଗତ କରିଥିଲେ । ତେବେ ପ୍ରତାପ ଷଡ଼ଙ୍ଗୀଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି ।

{"id":118260}

ନିର୍ବାଚନ ସଂସ୍କାର ଉପରେ କାମ କରୁଥିବାବା ସଂସ୍ଥା ନ୍ୟାସନାଲ ଇଲେକ୍ସନ ୱାଚ୍ ଏବଂ ଏଡିଆର ଅନୁଯାୟୀ, ପ୍ରତାପଙ୍କ ବିରୋଧରେ ଧାର୍ମିକ ଭାବନା ସହ ଖେଳିବା ସହ ଅନ୍ୟ ଧାରାରେ ୭ଟି ମାମଲା ରହିଛି । ପ୍ରତାପଙ୍କ ବିରୋଧରେ ଯେଉଁ ମାମଲା ରହିଛି ସେଥିରେ ୭ଟି ସଂଗୀନ ୧୫ଟି ଅନ୍ୟାନ୍ୟ ଧାରା ଲାଗିଛି ।

{"id":118263,"width":584,"height":313}

୬୪ ବର୍ଷ ବୟସ୍କ ପ୍ରତାପ ଷଡ଼ଙ୍ଗୀ ମୋଦିଙ୍କ କ୍ୟାବିନେଟର ସବୁଠାରୁ ଗରିବ ମନ୍ତ୍ରୀ ବୋଲି କୁହାଯାଉଛି । ପ୍ରତାପ ଅତୀତରେ ସାଧୁ ହେବା ପାଇଁ ଇଛା କରିଥିଲେ ଏବଂ ଏକାନ୍ତ ଜୀବନ ବଂଚିବା ପାଇଁ ଚାହୁଁଥିଲେ । କିନ୍ତୁ ସମାଜ ପ୍ରତି ତାଙ୍କର ସମର୍ପଣ ଏବଂ ଜନସେବା ଭାବ ପାଇଁ ତାଙ୍କୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି ।

{"id":118264}

ପ୍ରତାପ ବହୁତ ସମୟ ଯାଏଁ ଆରଏସଏସ ସହ ମଧ୍ୟ ଜଡିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.