ମଧ୍ୟପ୍ରଦେଶରୁ ଦୁଇ ଆଦିବାସୀ ଶ୍ରମିକଙ୍କ ସମେତ ୭ ଶ୍ରମିକ ଉଦ୍ଧାର

Published By : Prameya-News7 Bureau | November 05, 2020 IST

କଳାହାଣ୍ଡି ୫।୧୧: ମଧ୍ୟପ୍ରଦେଶ ଖାନବାରଠାରେ ବନ୍ଧକ ଦୁଇ ଆଦିବାସୀ ଶ୍ରମିକଙ୍କ ସମେତ ୭ ଶ୍ରମିକ କଳାହାଣ୍ଡି ପୋଲିସ ଦ୍ବାରା ଉଦ୍ଧାର । କୋକସରା ଥାନା ରଏନଗୁଡା ଗାଁର ଭରତ ମାଝୀ ଓ ଚତୁର ମାଝୀକୁ ଦଲାଲ ୮୦ ହଜାର ଅଗ୍ରୀମ ଟଙ୍କା ନେଇଯାଉଥିବା ବେଳେ ୨ ଶ୍ରମିକ ବନ୍ଧକ ଥିବା ପରିବାର ଅଭିଯୋଗ କରିଥିଲେ ।

{"id":356314,"sizeSlug":"large"}

ପୋଲିସ ଚଢାଉ ସମୟରେ ଆମପାଣି ଥାନା ଦାବ୍ରିଗୁଡା ଗାଁର ଅନ୍ୟ ୫ ଜଣ ଶ୍ରମିକ ମଧ୍ୟ ଉଦ୍ଧାର କରାଯାଇଛି । ଦାଦନ ଦଲାଲ୍ କୃଷ୍ଣ ଦୁର୍ଗା କୋକସରା ଥାନାରେ ଅଟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.