ଲୋକମାନ୍ୟ ତିଲକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ, ଲାଇନଚ୍ୟୁତ ହେଲା ୭ଟି ବଗି

Published By : Prameya-News7 Bureau | January 16, 2020 IST

କଟକ ୧୬।୧: ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ । କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାଣ୍ୟ ତିଲକ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘନକୁହୁଡ଼ି ଯୋଗୁଁ ସିଗ୍‌ନାଲ୍ ଜାଣିନପାରି ଲୋକମାନ୍ୟ ଏକ୍ସପ୍ରେସ୍ ଭୁଲ ରେଳ ଧାରଣାରେ ଚାଲିଆସିଥିଲା । ଫଳରେ ସେହି ଧାରଣାରେ ଥିବା ଏକ ମାଲବାହୀ ଟ୍ରେନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

{"id":211825,"sizeSlug":"large"}

ଦୁର୍ଘଟଣା ଫଳରେ ଟ୍ରେନ୍‌ର ୭ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

{"id":211830,"sizeSlug":"large"}

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କଟକରୁ ରେଳବାଇର ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ଲୋକେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କଟକ ବଡ ମେଡିକାଲରେ ଭର୍ତି କରିଛନ୍ତି ।

{"id":211822,"sizeSlug":"large"}

ଘନ କୁହୁଡି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ରେଲଓ୍ବେ ଅଧିକାରୀ ପହଞ୍ଚି ଦୁର୍ଘଟଣାର ଅନୁଧ୍ୟାନ କରୁଛନ୍ତି ।

{"id":211831,"sizeSlug":"large"}

ଦୁର୍ଘଟଣା ଫଳରେ ଷ୍ଟେସନ ନିକଟରେ ଅଟକି ରହିଛି ଉଭୟ ଲୋକମାନ୍ୟ ତିଲକ ଓ ମାଲବାହୀ ଟ୍ରେନ୍ । ସମସ୍ତଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଟ୍ରେନ୍‌ରୁ ବାହାର କରାଯାଉଛି । ଯାତ୍ରୀମାନଙ୍କୁ ଅନ୍ୟ ଟ୍ରେନ୍ ଯୋଗେ ଗନ୍ତବ୍ୟସ୍ତଳକୁ ପଠାଯିବାର ବ୍ୟବସ୍ଥା କରାଯାଉଥିବା ଜଣାପଡିଛି ।

{"id":211832,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.