Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫୁସଫୁସ୍ କ୍ୟାନସରଠୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ନିଜ ଡାଏଟରେ ସାମିଲ କରନ୍ତୁ ଏହି ୭ଟି ଜିନିଷ

14/08/2020 at 12:32 PM

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଫୁସଫୁସରେ କ୍ୟାନସର ହୋଇଛି। ରିପୋର୍ଟ ମୁତାବକ ତାଙ୍କ ଫୁସଫୁସର କ୍ୟାନସର ଥାର୍ଡ଼ ଷ୍ଟେଜରେ ରହିଛି। ଯାହାର ଚିକିତ୍ସା ପାଇଁ ତାଙ୍କୁ ଖୁବ୍ ଶୀଘ୍ର ଆମେରିକା ଯିବାକୁ ପଡ଼ିପାରେ। ଡାକ୍ତରଙ୍କ କହିବା ଅନୁସାରେ ଏହି ଭୟଙ୍କର ରୋଗରୁ ବର୍ତ୍ତିବା ପାଇଁ ଧୂମପାନଠୁ ଦୂରରେ ରହିବାକୁ ଏବଂ ଉତ୍ତମ ଡାଏଟ ସେବନ କରିବା ଜରୁରୀ। ଏପରି କ୍ଷେତ୍ରରେ ଡାକ୍ତର ହାଇ ଫାଇବର ଯୁକ୍ତ ଫୁଡ ଡାଏଟରେ ସାମିଲ କରିବାକୁ ପରାମର୍ଶ ଦିଅନ୍ତି,ଯାହା ଫୁସଫୁସ କ୍ୟାନସରର ଆଶଙ୍କାକୁ କମ୍ କରିଥାଏ।

୧. ଚିୟା ସିଡସ୍ : ପୋଷକ ତତ୍ତ୍ବରେ ଭରପୂର ଚିୟା ସିଡସ୍ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ୧୦୦ଗ୍ରାମ୍ ଚିୟା ସିଡସରେ ୪୮୬କିଲୋ କ୍ୟାଲୋରୀ ରହିଥାଏ। ଏଥିରେ ୪୨.୧ଗ୍ରାମ୍ କାର୍ବୋହାଇଡ୍ରେଟ୍ ଏବଂ ୩୪.୪ ଗ୍ରାମ୍ ଫାଇବର ରହିଥାଏ।

୨.ମକା : ବର୍ଷା ଦିନେ ଅଧିକ ପରିମାଣରେ ମକା ଖିଆଯାଇଥାଏ। ଏଥିରେ କୋଲେଷ୍ଟୋଲ୍ ଫାଇବର ଥାଏ ଯାହା ହୃଦୟ ଏବଂ ଫୁସଫୁସ ରୋଗୀଙ୍କ ପାଇଁ ଭଲ ହୋଇଥାଏ। ୧୦୦ଗ୍ରାମ୍ ମକାରେ ୧୪.୫ପ୍ରତିଶତ ଫାଇବର ରହିଥାଏ।

୩.ବାଦାମ : ବାଦାମରେ ପ୍ରଚୁର ପରିମାଣରେ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ। ଏହା ଭିଟାମିନ୍ ଇ,ଜିଙ୍କ୍,କ୍ୟାଲସିୟମ୍,ମ୍ୟାଗ୍ନେସିୟମ ଏବଂ ଓମେଗା ୩ ଫ୍ୟାଟି ଏସିଡର ଉତ୍ତମ ସ୍ରୋତ। ଏହି ସମସ୍ତ ପୋଷକ ତତ୍ତ୍ବର ପୂରା ଫାଇଦା ମିଳିବା ପାଇଁ ଅନେକ ଲୋକ ଏହାକୁ ବତୁରାଇ ଖାଆନ୍ତି। ୧୦୦ଗ୍ରାମ୍ ବାଦାମରେ ଆପଣଙ୍କ ଶରୀରକୁ ୧୨.୫ପ୍ରତିଶତ ଫାଇବର ମିଳିଥାଏ।

୪. ଓଟ୍ସ : ଓଟସ୍ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନର ଭଲ ସ୍ରୋତ ଭାବେ ଜଣା ଯାଇଥାଏ। ଜଳଖିଆରେ ପ୍ରତିଦିନ ଓଟସ ସେବନ କରିବା ଦ୍ବାରା ଅନେକ ରୋଗ ଦୂର ହୋଇଥାଏ। ୧୦୦ଗ୍ରାମ୍ ଓଟସରେ ଅର୍ଥାତ୍ ଏକ କପ୍ ଓଟସରେ ଶରୀରକୁ ୧୦.୬ପ୍ରତିଶତ ଫାଇବର ମିଳିଥାଏ।

୫. ଚଣା : ଚଣା କିମ୍ବା ଚଣା ଡାଲି ଅଧିକାଂଶ ଲୋକ ଖାଇନଥାନ୍ତି କାରଣ କିଛି ଲୋକଙ୍କୁ ଏହା ଖାଇବା ଦ୍ବାରା ପେଟ ଯନ୍ତ୍ରଣା ଏବଂ ଗ୍ୟାସ୍ ସମସ୍ୟା ହୋଇଥାଏ। କେତେକ ଲୋକ ଏହାର ସ୍ବାଦ ପସନ୍ଦ କରି ନଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହା କେତେକ ରୋଗ ପାଇଁ ରାମବାଣ। ଏହା ଦ୍ବାରା ଶରୀରରେ ଆଇରନ ଏବଂ କୋଲେଷ୍ଟୋଲ୍ ସମସ୍ୟା ଦୂର ହୋଇଥାଏ। ୧୦୦ଗ୍ରାମ୍ ଚଣାରେ ଶରୀରକୁ ୭.୬ପ୍ରତିଶତ ଫାଇବର ମିଳିଥାଏ।

୬.ରାଜମା : ରାଜମାରେ ଉଚ୍ଚ ମାତ୍ରାରେ ଆଇରନ ଥାଏ,ଯେଉଁଥିପାଇଁ ଶରୀରକୁ ଅଧିକ ମାତ୍ରାରେ ଶକ୍ତି ମିଳିଥାଏ। ଶରୀରର ମେଟାବଲିଜମ ଏବଂ ଶକ୍ତି ପାଇଁ ଆଇରନ୍ ଜରୁରୀ ହୋଇଥାଏ ଯାହା ରାଜମା ଖାଇଲେ ପୂରଣ ହୋଇଥାଏ। ଏହା ସହିତ ଶରୀରରେ ଅକ୍ସିଜେନର ସର୍କୁଲେସନକୁ ମଧ୍ୟ ବଢ଼ାଇଥାଏ। ୧୦୦ଗ୍ରାମ୍ ରାଜମା ଖାଇବା ଦ୍ବାରା ଶରୀରକୁ ୬.୪ପ୍ରତିଶତ ଫାଇବର ମିଳିଥାଏ।

୭. ଡାର୍କ ଚକୋଲେଟ୍ : କୋକୋ ମଞ୍ଜିରୁ ପ୍ରସ୍ତୁତ ଚକୋଲେଟ୍ ଆଣ୍ଟି ଅକ୍ସିଡାଣ୍ଟର ସବୁଠୁ ଭଲ ସ୍ରୋତ। କେତେକ ଗବେଷଣାରୁ ଏହା ସାବ୍ୟସ୍ତ ହୋଇସାରିଛି ଯେ ଡାର୍କ ଚକୋଲେଟ୍ ଖାଇବା ଦ୍ବାରା ସ୍ବାସ୍ଥ୍ୟ ତ ଭଲ ରହିଥାଏ ଏହା ସହିତ ହୃଦୟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ୧୦୦ଗ୍ରାମ୍ ଡାର୍କ ଚକୋଲେଟରେ ୧୦.୯ଗ୍ରାମ୍ ଫାଇବର ରହିଥାଏ ଯାହା ଫୁସଫୁସ୍ ପାଇଁ ଭଲ ହୋଇଥାଏ।

   Related Posts