ଚୋରି କରିବା ସମୟରେ ଧରା ପଡିଗଲେ: ୭ ଚୋର ଗିରଫ

Published By : Prameya-News7 Bureau | August 21, 2020 IST

ସୁବର୍ଣ୍ଣପୁର୨୧/୮: ଡକାୟତି ଉଦ୍ୟମ ବିଫଳ। ୭ ଗିରଫ।  ସୁବର୍ଣ୍ଣପୁର ଜିଲ୍ଲା କପାସିରା ଠିକାଦାରଙ୍କ କ୍ୟାମ୍ପରୁ ଲୁହାରଡ ସିମେଣ୍ଟ  ଚୋରି କରି  ଧରାପଡିଲେ ୭ ଡକାୟତ। ଡୁଙ୍ଗୁରିପାଲି ଅଞ୍ଚଳର କପାସିରାଠାରେ ଥିବା ଆଶୀର୍ବାଦ କନ୍‌ଷ୍ଟ୍ରକ୍ସନ ପରିସରରୁ ଡକାୟତି ଉଦ୍ୟମ କରୁଥିବା  ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୁବର୍ଣ୍ଣପୁର ପୋଲିସ ।

ନିର୍ମାଣ ସଂସ୍ଥାର ରାତି ଜଗୁଆଳି ନନ୍ଦକିଶୋର କଲେତଙ୍କ ରିପୋର୍ଟ ଆଧାରରେ ଡୁଙ୍ଗୁରିପାଲି ପୋଲିସ ଏକ ମାମଲା ରୁଜୁକରି ସମସ୍ତ ସାତ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି । ଏହି ଅଭିଯୁକ୍ତ ମାନଙ୍କ ପାଖରୁ ଜିଲ୍ଳା ପୋଲିସ ଏକ ଟ୍ରକ ସହ ୫ ମୋବାଇଲ ଏବଂ ୪ ବାଇକକୁ ଜବତ କରିଛି । ସାତ ଜଣ ଅଭିଯୁକ୍ତ ହେଲେ ବଲାଙ୍ଗିର ଜିଲ୍ଲାର ଗୋବିନ୍ଦ ପ୍ରଧାନ, ଆକଶ ନାଗ, ପ୍ରଶାନ୍ତ ବାଗ, ଆଶିଷ ବାରିକ, ଦୀପକ ବାଗ ସହ ବରଗଡ ଜିଲ୍ଲାର ମଣିନ୍ଦ୍ର ଭୋଇ ଏବଂ ସୁବର୍ଣ୍ଣପୁର ଜିଲ୍ଳାର ଭାଗବତ କଅଁରକୁ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.