Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ବାଲେଶ୍ବର ଫାଲକନ୍ ଚିଙ୍ଗୁଡି ଗ୍ୟାସ୍ ଲିକ୍ ଘଟଣାରେ ୭ ଗିରଫ- ସୁସ୍ଥ ମହିଳା କର୍ମଚାରୀ ଏବେ କୁଆଡେ ଯିବେ ତାକୁ ନେଇ ଲାଗି ରହିଛି ଦ୍ୱନ୍ଦ

14/11/2019 at 6:39 PM

ବାଲେଶ୍ୱର ୧୪।୧୧ – ବାଲେଶ୍ବର ଫାଲକନ୍ ଚିଙ୍ଗୁଡି ଗ୍ୟାସ୍ ଲିକ୍ ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ ।  ଏହାସହ କଂପାନୀକୁ ବନ୍ଦ କରିଦିଆଯାଇଛି । ଗ୍ୟାସ୍ ଲିକ୍ ଯୋଗୁଁ ଅସୁସ୍ଥ ହୋଇପଡିଥିବା ୧୦୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ ଧିରେଧିରେ ଉନ୍ନତି ଆସୁଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ନମୂନା ସଂଗ୍ରହ କରିଛି ।  ସେପଟେ ଏହାକୁ ନେଇ ତେଜିଛି ରାଜନୀତି । ବିନା ଯାଞ୍ଚରେ କଂପାନୀ ଚାଲିଥିଲା ବୋଲି ସ୍ଥାନୀୟ ବିଧାୟକ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି।

ବାଲେଶ୍ବର ଖନ୍ତାପଡା ଫାଲକନ ମେରାଇନ୍ ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଝୁଲିଲା ତାଲା । ଗ୍ୟାସ୍ ଲିକ୍ ଘଟଣାରେ ୧୦୦ ଜଣଙ୍କ ଅବସ୍ଥା ଗୁରୁତର ହେବା ପରେ ପ୍ରଶାସନ ଏଠାରେ ତାଲା ପକାଇ ଦେଇଛି । ଘଟଣାରେ କଂପାନୀର ଜିଏମ୍, ଏଚ.ଆର.ମ୍ୟାନେଜର, ସେପ୍ଟି ଅଫିସର, ସୁପରଭାଇଜରଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛି । ଘଟଣାସ୍ଥଳରୁ ବିଭିନ୍ନ ନମୂନା ସଂଗ୍ରହ କରାଯାଇଛି । ବିଷାକ୍ତ ଗ୍ୟାସ ପ୍ରଭାବରେ ଅସୁସ୍ଥ ହୋଇଥିବା ୯୯ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥାର ଉନ୍ନତି ଆସିଛି । ସେମାନେ ଏବେ ବିପଦ ମୁକ୍ତ ଥିବା ଡାକ୍ତର କହିଛନ୍ତି । ଲିକ୍ବିଡ୍ କ୍ଲୋରିନ ଓ ବ୍ଲିଚିଂ ପାଉଡର ଅତ୍ୟଧିକ ପରିମାଣରେ ମିଶ୍ରଣ ଯୋଗୁଁ ବିଷାକ୍ତ ଗ୍ୟାସ୍ ସୃଷ୍ଟି ହୋଇଥିବା କଂପାନୀ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି । ଅସୁସ୍ଥମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ସେପଟେ ଘଟଣାସ୍ଥଳକୁ ଯାଇଥିବା ଶ୍ରମମନ୍ତ୍ରୀ କହିଛନ୍ତି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । ଶ୍ରମ କମିଶନରଙ୍କୁ ଏହାର ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି । ମନ୍ତ୍ରୀ ହସ୍ପିଟାଲ୍ ଯାଇ ଅସୁସ୍ଥଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ସେପଟେ ଘଟଣାକୁ ନେଇ ରାଜନୀତି ବି ଆରମ୍ଭ ହେଲାଣି । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ ସ୍ଥାନୀୟ ବିଧାୟକ ମଦନମୋହନ ଦତ୍ତ କହିଛନ୍ତି । ବିନା ଯାଞ୍ଚରେ କଂପାନୀ ଚାଲିଥିବା ନେଇ ସେ ଅଭିଯୋଗ କରିଛନ୍ତି । ଘଟଣାର ନ୍ୟାୟିକ ତଦନ୍ତ ସହ ଓ ଅସୁସ୍ଥଙ୍କୁ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାର ତଦନ୍ତ ଦାବି କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୁସ୍ଥ କର୍ମଚାରୀ ଏବେ କୁଆଡେ ଯିବେ ତାକୁ ନେଇ ଲାଗି ରହିଛି ଦ୍ବନ୍ଦ୍ବ । କାରଣ ଅଧିକାଂଶ ମହିଳା କର୍ମଚାରୀ କଂପାନୀ ପରିସରରେ ରହୁଥିଲେ । ଗ୍ୟାସ୍ ଲିକ୍ ଭୟ ଥିବାରୁ ସ୍ଥାନୀୟ ଅଞ୍ଚଳରେ ବି ଏମାନେ ରହିପାରିବେ ନାହିଁ । ସେପଟେ ତଦନ୍ତ ନସରିବା ପର୍ଯ୍ୟନ୍ତ କଂପାନୀ ବି ଖୋଲିବାର ଆଶା ନାହିଁ । ସେପଟେ କଂପାନୀ ଆଗରେ ପୋଲିସ ମୁତୟନ ହୋଇଛି ।

   Related Posts