ସଂରକ୍ଷିତ ଜଙ୍ଗଲରେ ୫୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟି ୭ ଗିରଫ

Published By : Prameya-News7 Bureau | September 04, 2020 IST

ପାଟଣା ୦୪/୦୯ : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅଧିନ ପିଛୁଳାବେଡା ଗାଁ ନିକଟରେ ଥିବା ଅଟେଇ ସଂରକ୍ଷିତ ଜଙ୍ଗଲ ଭିତରେ ବେଧଡ଼କ ଭାବେ ୫୦୦ ରୁ ଉର୍ଦ୍ଧ୍ଵ ଗଛ କଟାଯାଇଥିଲା | ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ଆକ୍ସନ ମୁଡ଼କୁ ଆସିଛି ପାଟଣା ବନ ବିଭାଗ । ଗତକାଲି ରାତିରେ ପିଛୁଳାବେଡା ଗ୍ରାମରେ ଚଢ଼ାଉ କରି ଗଛ କଟା ଅଭିଯୋଗ ରେ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ପିଛୁଳାବେଡା ଜଙ୍ଗଲ କମିଟିର ସଭାପତି ପ୍ରତାପ ମହାକୁଡ଼ ସମେତ ଛୋଟରାୟ ମୁଣ୍ଡା,କାଣ୍ଡେରାମ ମୁଣ୍ଡା, ଲକ୍ଷ୍ମଣ ମୁଣ୍ଡା, ମକରଧ୍ଵଜ ମୁଣ୍ଡା, ଟିମା ମୁଣ୍ଡା ଓ ମନ ମୁଣ୍ଡା | ଏମାନଙ୍କୁ ଜଙ୍ଗଲ ନଷ୍ଟ କରିବା ଅପରାଧ ୧୯୭୨ ଆକ୍ଟରେ ଧାରା ୨୭ ରେ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.