ଜାରିଙ୍ଗ ଜଙ୍ଗଲ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ୍ ଘଟଣା : ଗିରଫ ହେଲେ ୭

Published By : Prameya-News7 Bureau | September 25, 2019 IST

କଳାହାଣ୍ଡି ୨୫।୯: କଳାହାଣ୍ଡି ଜାରିଙ୍ଗ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ୍ ମାମଲାରେ ୭ଜଣଙ୍କୁ ଗିରଫ କରିଛି ପୋଲିସ । ଗଣଦୁଷ୍କର୍ମ ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଭିଡିଓ ଭାଇରାଲ୍ କରିବା ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗଣଦୁଷ୍କର୍ମ ଘଟଣାରେ ୬ଜଣଙ୍କ ସଂପୃକ୍ତି ଥିବା ପୋଲିସ କହୁଥିବା ବେଳେ ୨ଜଣ ଫେରାର ଅଛନ୍ତି । ସେମାନଙ୍କୁ ପୋଲିସ ଅତିଶୀଘ୍ର ଗିରଫ କରିବ ବୋଲି କଳାହାଣ୍ଡି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସୂଚନା ଦେଇଛନ୍ତି ।ଗତ ୩ଦିନ ହେଲା ଏହି ୭ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଥିଲା ।

{"id":162083}

ଗତକାଲି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରାଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ପୀଡିତାଙ୍କୁ ଭେଟି ଆଲୋଚନା କରିଥିଲେ । ମାମଲା ନେଇ ଜୁନାଗଡ ପୋଲିସ ସହ ମଧ୍ୟ ଆଲୋଚନା କରିଥିଲେ ।

{"id":162444}

ଗତ ସେପ୍ଟେମ୍ବର ୧୪ତାରିଖ କୋକସରା ଅଂଚଳର ପୀଡିତା ଯୁବତୀ କିଛି କାମରେ ଭବାନୀପାଟଣା ଆସିଥିଲେ । ତେବେ ବସ୍ ଫେଲ୍ ହୋଇଯିବା ପରେ ଭବାନୀପାଟଣା ବସଷ୍ଟାଣ୍ଡରେ ଯୁବତୀ ଜଣଙ୍କ ଥିବା ବେଳେ କୋକସରା ଅଞ୍ଚଳର ଜଣେ ଯୁବକଙ୍କ ସହ ଗାଡିରେ ଯୁବତୀ ଜଣଙ୍କ କୋକସରା ଫେରୁଥିଲେ । ବନମାଳିପୁର ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ପାଖ ଜାରିଙ୍ଗ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

{"id":162086}

ଘଟଣା ୧୪ତାରିଖରେ ଘଟିଥିଲେ ହେଁ ଲୋକଲଜ୍ଜାରେ ପୀଡିତା ମୁହଁ ଖୋଲିନଥିଲେ । ଭିଡିଓ ଭାଇରାଲ୍ ହେବା ପରେ ଏହା ଆଧାରରେ ପୋଲିସ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦୁଷ୍କର୍ମ ଭିଡିଓ ଭାଇରାଲ ନେଇ ଚିନ୍ତା ପ୍ରକାଶ କରିଛି ମହିଳା କମିଶନ । ଏହା ସହ ପୀଡିତାଙ୍କ  ସୁରକ୍ଷା ଏବଂ ସହାୟତା ନେଇ ମହିଳା କମିଶନ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.