ଗ୍ଲିଡେନରୁ ଜଣାପଡିଲା ସତ, ଭାରତରେ ୧୦ରୁ ୭ ଜଣ ମହିଳା ଧୋକା ଦିଅନ୍ତି ସ୍ବାମୀଙ୍କୁ

Published By : Prameya-News7 Bureau | April 26, 2019 IST

ଏକ୍ସଟ୍ରାମେରିଟଲ ଡେଟିଂ ଆପ୍ ଗ୍ଲିଡେନର ଏକ ଅଧ୍ୟାୟନରୁ ଭାରତରେ ପ୍ରତି ୧୦ ଜଣ ମହିଳାଙ୍କ ମଧ୍ୟରୁ ୭ ଜଣ ସେମାନଙ୍କ ସ୍ବାମୀଙ୍କୁ ଧୋକା ଦେଉଥିବା ଜଣାପଡିଛି । ଏ ନେଇ କରାଯାଇଥିବା ସର୍ଭେକ୍ଷଣରୁ ପ୍ରତି ୧୦ରୁ ୪ ଜଣ ପୁରୁଷ ସେମାନଙ୍କ ପତ୍ନୀ ଆଢୁଆଳରେ ନୂଆ ସମ୍ପର୍କ ଗଢୁଥିବା ସୂଚନା ମିଳିଛି । ତେବେ ମହିଳାମାନେ ସ୍ବାମୀଙ୍କୁ ଧୋକା ଦେବାର କାରଣ ମଧ୍ୟ ରହିଛି । ନିରଶ ବୈବାହିକ ଜୀବନ ପାଇଁ ସେମାନେ ଏଭଳି ସମ୍ପର୍କ ବାନ୍ଧୁଥିବା ଅଧ୍ୟୟନରୁ ଜଣାପଡିଛି ।

{"id":107793,"width":569,"height":426}

ଗ୍ଲିଡେନ ନାମକ ଏହି ଡେଟିଂ ଆପକୁ ଭାରତେ ୫ ଲକ୍ଷରୁ ଅଧିକ ଲୋକ ଉପଯୋଗ କରୁଛନ୍ତି । ମହିଳାମାନେ ଅଡଲ୍ଟରୀ ବା ବ୍ୟାଭିଚାର କାହିଁକି  କରୁଛନ୍ତି ତାର ଏକ ସର୍ଭେକ୍ଷଣ କରିଥିଲା ଗ୍ଲିଡେନ । ଏଥିରୁ ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା ଆଦି ସହରରେ ଏଭଳି ମହିଳାଙ୍କ ସଂଖ୍ୟା ବଢୁଥିବା ଜଣାପଡିଛି । ସର୍ଭେକ୍ଷଣ ବେଳେ ୧୩ ପ୍ରତିଶତ ମହିଳା ଅଡଲ୍ଟରୀକୁ ସ୍ବୀକାର କରିଛନ୍ତି ।

{"id":107794}

ତେବେ କେବଳ ଅଡଲ୍ଟରୀ ନୁହେଁ ଭାରତରେ ସମଲିଙ୍ଗି ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏଣୁ ଏଭଲି ଆପ୍ ସେମାନଙ୍କୁ ସାଥୀ ଖୋଜିବାରେ ବିଶେଷ ସହାୟତା କରୁଛି । ୨୦୧୭ ମସିହାରେ ଗ୍ଲିଡେନର ଭାରତ ପ୍ରବେଶ ହୋଇଥିଲା । ସେବେଠାରୁ ଏ ପର୍ଯ୍ୟନ୍ତ ଅନେକ ମହିଳା ଓ ପୁରୁଷ ଏହି ଆପ ବ୍ୟବହାର କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.