Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ରୁଷରେ ୭.୫ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ

25/03/2020 at 9:27 AM

ମୋସ୍କା ୨୫।୦୩ : ରୁଷରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ବୁଧବାର ଦିନ ରୁଷ୍‌ର କୁରିଲ ଦୀପପୁଞ୍ଜରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୭.୫ ଥିବା ଜଣାପଡିଛି । ଯାହାଫଳରେ ସୁନାମୀର ସତର୍କ ସୂଚନା ଜାରି କରିଛି ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବୋଲି ଜଣାପଡିଛି ।

ବୁଧବାର ଦିନ ରୁଷ୍‌ର କୁରିଲ୍‌ ଦୀପପୁଞ୍ଚରେ ଜୋରଦାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂକମ୍ପ ଝଟକା ନିକଟ ଅଞ୍ଚଳରେ ମଧ୍ୟ ଦେଖାଦେଇଥିଲା । ଯାହାଫଳରେ ସ୍ଥାନୀୟଲୋକ ବାହାରକୁ ବାହିରି ଆସିଥିଲେ । ତେବେ ଏପରି ଜୋରଦାର ଭୂକମ୍ପ ଲାଗି ସୁନାମୀର  ସତର୍କ ସୂଚନା ଦେଇଛି ଆମେରିକା ଭୂତତ୍ତ୍ୱ ସଂସ୍ଥା ।  ରିକ୍ଟର ସ୍କେଲରେ ଭୂକମ୍ପର ତ୍ରୀବତା ୭.୫ ରେକର୍ଡ କରାଯାଇଛି । ଭୂକମ୍ପ ଅନୁଭୂତ ହେବା ମାତ୍ରେ କିଛି ଲୋକ ଭୟରେ ଘରୁ ବାହାରକୁ ବାହାରି ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଭୂକମ୍ପରେ କୌଣସି ଅଘଟଣର ସୂଚନା ମିଳିନାହିଁ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷତକ୍ଷତିର ସୂଚନା ମିଳିନାହିଁ ।  ତେବେ ଏନେଇ କିଛି ଅଧିକ ବିବରଣୀ ସାମ୍ନାକୁ ମଧ୍ୟ ଆସିନାହିଁ ।

   Related Posts