Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଚୁଡ଼ି ପାର୍ସଲରୁ ୭.୫ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ: ବିମାନବନ୍ଦରରୁ ୨ ଗିରଫ

4/07/2021 at 8:59 PM

ନୂଆଦିଲ୍ଲୀ ୦୪/୦୭ : ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ସୀମା ଶୁଳ୍କ ଅଧିକାରୀ ୧୮ କିଲୋ ହେରୋଇନ ଜବତ କରିଛନ୍ତି । ଯାହାର ମୂଲ୍ୟ ସାଢେ ୭ କୋଟି ଟଙ୍କା। ଚୁଡ଼ି ପାର୍ସଲ ଜରିଆରେ ଏହି ହେରୋଇନ ଚାଲାଣ ହେଉଥିଲା। ଅଧିକାରୀ କହିଛନ୍ତି ଗୁରୁବାର ଦିନ ଜବତ ହୋଇଥିବା ପାର୍ସଲ ଆଫ୍ରିକାରୁ ଦିଲ୍ଲୀକୁ ପଠାଯାଇଥିଲା।

ଗତ ସପ୍ତାହରେ ଦିଲ୍ଲୀ ବିମାନବନ୍ଦରରେ ସୀମା ଶୁଳ୍କ ଅଧିକାରୀ ଦୁଇ ଦକ୍ଷିଣ ଆଫ୍ରିକୀୟ ନାଗରିକଙ୍କୁ ଗିରଫ କରିଥିଲେ ଓ ସେମାନଙ୍କଠାରୁ ୧୮ କିଲୋ ହେରୋଇନ ଜବତ କରିଥିଲା । ଯାହାର ମୂଲ୍ୟ ୧୨୬ କୋଟି ଟଙ୍କା। ହେରୋଇନ ଚାଲାଣ ଅଭିଯୋଗରେ ଦୁଇ ଆଫ୍ରିକୀୟ ନାଗରିକଙ୍କୁ ଗିରଫ କରାଯାଇଥିଲା। ଏମାନେ ଜୁନ ୨୭ ତାରିଖରେ ଜୋହାନ୍ସବର୍ଗରୁ ଦୋହା ଦେଇ ହେରୋଇନ ନେଇ ଆସିଥିଲେ। ଅଭିଯୁକ୍ତମାନେ ହେରୋଇନ ଦୁଇଟି ବ୍ୟାଗରେ ଲୁଚେଇ ରଖିଥିଲେ। ତଲାସୀ ବେଳେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ୧୦ କିଲୋ ଓ ଆଉ ଜଣକ ବ୍ୟାଗରୁ ୮ କିଲୋ ହେରୋଇନ ଜବତ ହୋଇଥିଲା।

ସୀମା ଶୁଳ୍କ ଅଧିକାରୀ ଏକ ବୟାନରେ କହିଛନ୍ତି ଯେ, ଉଭୟଙ୍କୁ ଗ୍ରୀନ ଚାନେଲ ପାର କଲାବେଳେ ଓ ଅନ୍ତରାଷ୍ଟ୍ରୀୟ ଆଗମନ ହଲର ଏକଜିଟ ଗେଟ ନିକଟରେ କାବୁ କରାଯାଇଥିଲା।

   Related Posts