ଡୁମସ୍ ଡେ ? ୭.୪ ତିବ୍ରତାର ଭୂମିକମ୍ପ ପରେ ଭୀଷଣ ସୁନାମୀରୁ ଅଳ୍ପକେ ବର୍ତ୍ତିଲା ନ୍ୟୁଜିଲ୍ୟାଣ୍ଡ

Published By : Prameya-News7 Bureau | June 19, 2020 IST

ୱିଲିଂଟନ ୧୯।୬:   ପ୍ରଳୟବାଦୀଙ୍କ ଡୁମସ୍ ଡେ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ କରମାଡେକ୍ ଦ୍ୱିପପୁଞ୍ଜ ରେ ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏଥିଲାଗି ସୁନାମୀ ଜନିତ ଜଳ ପ୍ରଳୟରୁ ନ୍ୟୁଜିଲ୍ୟାଣ୍ଡ ଅଳ୍ପକେ ବର୍ତ୍ତିଯାଇଛି।

{"id":288380,"sizeSlug":"large"}

ଶୁକ୍ରବାର ସକାଳେ ନ୍ୟୁଜିଲ୍ୟାଣ୍ଡ ଉତ୍ତର-ପୂର୍ବ ଉପକୂଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। କରମାଡେକ୍ ଦ୍ୱିପପୁଞ୍ଜର ଦକ୍ଷିଣ ଦିଗରେ ୩୩ କିଲୋମିଟର ଦୂର ସମୁଦ୍ର ଗର୍ଭରେ ଏହି ଭୂମିକମ୍ପର ଇପିକ୍ ସେଣ୍ଟର ଥିବା ବେଳେ କମ୍ପନରେ ସାରା ଦ୍ୱୀପ ଥରିଥିଲା। ନ୍ୟୁଜିଲ୍ୟାଣ୍ଡ ନ୍ୟାସନାଲ ଏମାର୍ଜେନ୍ସୀ ମ୍ୟାନେଜମେଣ୍ଟ ଏଜେନ୍ସୀ (ଏନଇଏମଏ) ସମୁଦ୍ରରେ ସୃଷ୍ଟି ହୋଇଥିବା କମ୍ପନର ତୀବ୍ରତା ଆଧାରରେ ସୁନାମୀ ସତର୍କତା ଜାରି କରିଥିଲେ ହେଁ ସୁନାମୀ କିନ୍ତୁ ଆସି ନାହିଁ।

{"id":288381,"sizeSlug":"large"}

ମାୟା କ୍ୟାଲେଣ୍ଡରକୁ ନେଇ ସାରା ବିଶ୍ୱରେ ପୁଣି ଡୁମସ୍ ଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି କ୍ୟାଲେଣ୍ଡର ଅନୁସାରେ ଏବେ ଡୁମସ୍ ଡେର ବାସ୍ତବ ଦିନ ୨୧ ଜୁନ ୨୦୨୦ ବୋଲି କୁହାଯାଉଛି। ଏଥିରେ ଦୁଇ ଦିନ ପୂର୍ବରୁ କରମାଡେକ୍ ଆର୍କରେ ଭୂମିକମ୍ପ ଲୋକଙ୍କୁ ଆତଙ୍କିତ କରିଛି।  ଏନଇଏମଏ  ଭୂକମ୍ପର ତୀବ୍ରତା ଅନୁସାରେ ଇପିକ୍ ସେଣ୍ଟରର ସବୁ ଦିଗରେ ୩୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ସୁନାମୀ ସତର୍କତା ଜାରି କରିଥିଲେ।

{"id":288382,"width":574,"height":606,"sizeSlug":"large"}

କମ୍ପନର ୨ରୁ ୩ ଘଣ୍ଟା ମଧ୍ୟରେ ସୁନାମୀ ଆସିପାରେ ବୋଲି ଏଥିରେ ଆଶଙ୍କା କରାଯାଇଥିବା ବେଳେ ସମୁଦ୍ର ତଳେ ଭୂ ପୃଷ୍ଠର ଉପରି ଭାଗରେ ଭୂମିକମ୍ପ ହୋଇଥିବା ଜଣାପଡିଛି। ଏଣୁ ଭୂମିକମ୍ପ ସମୁଦ୍ରରେ କୌଣସି ପ୍ରକାର ହଲଚଲ କରିନଥିବା ବେଳେ ଲୋକେ ମଧ୍ୟ ଆଶ୍ୱସ୍ତ ହୋଇଛନ୍ତି। ଡୁମସ ଡେ ଗଣନାକାରୀଙ୍କ ଅନୁସାରେ ୧୨ ଡିସେମ୍ବର ୨୦୧୨ ମସିହାରେ ପୃଥିବୀର ଅନ୍ତ ଘଟିବାର ଥିଲା। ତେବେ ଗ୍ରେଗରିଆନ କ୍ୟାଲେଣ୍ଡର ଦିନ ଆକଳନ ଅନୁସାରେ ଏହି ଦିନଟି  ଭୁଲ ଆକଳନ କରାଯାଇଥିଲା ବୋଲି ଏବେ କହୁଛନ୍ତି। ସେମାନଙ୍କ ଅନୁସାରେ ଗ୍ରେଗରିଆନ କ୍ୟାଲେଣ୍ଡରରେ ବର୍ଷଟି ୧୧ ଦିନ କମ୍‌ ରହୁଛି ଏହି ଏହି କ୍ୟାଲେଣ୍ଡରର ୧୧ ଦିନ ଯୋଡି ହିସାବ କଲେ ଜୁଲିୟନ କ୍ୟାଲେଣ୍ଡର ହିସାବରେ ୨୧ ଜୁନ ୨୦୨୦ ପୃଥିବୀର ଶେଷ ଦିନ ବୋଲି ଗଣନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.