Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କୁନି ପୁଅର ଅନଲାଇନ୍ ଗେମ୍ ନିଶାରେ ମା ହେଲେ ବରବାଦ : କ୍ରେଡିଟ୍ କାର୍ଡ଼ରେ ୧୨ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ ଜାଣି ପାରିଲେନି ବାପା-ମା

14/12/2020 at 1:24 PM

କନେକ୍ଟିକଟ୍ ୧୪/୧୨: ୬ବର୍ଷର ଜଣେ ନାବାଳକ ଲୁଚି ଲୁଚି ନିଜ ମାଙ୍କ କ୍ରେଡିଟ୍ କାର୍ଡ଼ରୁ ୧୧.୭୭ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଥିଲା। ନାବାଳକଟି ନିଜ ମାଆଙ୍କ ଆଇପ୍ୟାଡରେ ଗେମ୍ ଖେଳୁଥିଲା ଏବଂ ଏହି ସମୟରେ ସେ ଭର୍ଚୁଆଲ୍ ‘ଗୋଲଡେନ୍ ରିଙ୍ଗସ୍’ କିଣିବା ପାଇଁ ଆପଲ୍ ଆପ୍ ଷ୍ଟୋରରେ ଅନେକ ଥର ମାଙ୍କ କ୍ରେଡିଟ୍ କାର୍ଡ଼ର ବ୍ୟବହାର କରିଥିଲା।

ମାଙ୍କ କ୍ରେଡିଟ୍ କାର୍ଡ଼ରୁ ପାଖାପାଖି ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ଏହି ମାମଲା ଆମେରିକାର କନେକ୍ଟିକଟ୍‌ର। ଏବେ ପରିବାରକୁ ଏତେ ଟଙ୍କା ସୁଝିବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ଆପଲ୍ ଦମ୍ପତ୍ତିଙ୍କୁ ଟଙ୍କା ଫେରାଇବାକୁ ମନା କରି ଦେଇଛି।

୬ବର୍ଷର ବାଳକର ନାଁ ଜର୍ଜ ଜନସନ୍। ଜର୍ଜ ମା ଜେସିକାଙ୍କ ଆଇପ୍ୟାଡରେ ନିଜ ପ୍ରିୟ ଗେମ୍ ସୋନିକ୍ ଫୋର୍ସେଜ ଖେଳୁଥିଲା। ଏହି ସମୟରେ ଗେମରେ ନୂଆ କ୍ୟାରେକ୍ଟର ବ୍ୟବହାର ଏବଂ ଉପରର ଲେଭେଲକୁ ପହଞ୍ଚିବା ପାଇଁ ସେ କ୍ରେଡିଟ୍ କାର୍ଡ଼ରୁ କିଣାକିଣି କରିଥିଲେ।

କ୍ରେଡିଟ୍ କାର୍ଡ଼ରୁ ଯେତେବେଳେ ବର୍ଦ୍ଧିତ ବିଲ୍ ଆସିଥିଲା ସେତେବେଳେ ଜେସିକା ବୁଝି ପାରିନଥିଲେ ଯେ ଏହା ଗେମ୍ ଖେଳିବା ଯୋଗୁଁ ହୋଇଛି। ଜେସିକା ଭାବିଥିଲେ କେହି ଜଣେ ଫ୍ରଡ୍ କରିଛି। ଏହି କାରଣରୁ ସେ ପ୍ରଥମେ ବ୍ୟାଙ୍କ୍ ସହ ସମ୍ପର୍କ କରିଥିଲେ ଏବଂ ୬୦ଦିନ ପର୍ଯ୍ୟନ୍ତ ସେ ଆପଲ୍ ସହ ଯୋଗାଯୋଗ କରିପାରିନଥିଲେ।

ତାଙ୍କ ଫୋନରେ ସେ କ’ଣ କରିଛି ବୋଲି ଜେସିକା ଜର୍ଜକୁ ପଚାରିଥିଲେ। ଏହା ପରେ ଜର୍ଜ କହିଥିଲା ଯେ ସେ ତାଙ୍କ ଟଙ୍କା ସୁଝି ଦେବ। ଜେସିକା କହିଥିଲେ ଯେ ତାଙ୍କ ଆୟ ଏବର୍ଷ ୮୦ପ୍ରତିଶତ କମିଯାଇଛି। ଏବେ ସେ ଜାଣି ପାରୁ ନାହାନ୍ତି ଯେ ଖ୍ରୀଷ୍ଟମାସ୍ କିପରି ସେଲିବ୍ରେଟ୍ କରିବେ।

ଆପଲ୍ କମ୍ପାନୀ ଦମ୍ପତ୍ତିଙ୍କୁ ରିଫଣ୍ଡ ଦେବାକୁ ମନା କରି ଦେଇଥିଲା କାରଣ ଦମ୍ପତ୍ତି ଚାଇଲ୍ଡ ପ୍ରୃଫ ସେଟିଂ ଅନ୍ କରି ପାରିନଥିଲେ।

   Related Posts