Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ, ୭ଟି ରାଜ୍ୟର ୫୯ଟି ଲୋକସଭା କ୍ଷେତ୍ରରେ ଚାଲିଛି ଭୋଟ୍ ଗ୍ରହଣ

12/05/2019 at 10:18 AM

ନୂଆଦିଲ୍ଲୀ ୧୨|୫:  ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ । ନିର୍ବାଚନର ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ   ଭୋଟ୍‍ ଗ୍ରହଣ କରାଯିବ। ଏଥିରେ ମୋଟ୍  ୯୭୯ ପ୍ରାର୍ଥୀ ମଇଦାନରେ ଥିବା ବେଳେ ୧୦.୧୬ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଉତ୍ତର ପ୍ରଦେଶର ୧୪ଟି ଆସନ, ହରିୟାଣାର ସମସ୍ତ ୧୦ଟି ଆସନ, ପଶ୍ଚିମବଙ୍ଗ, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ଦିଲ୍ଲୀର ସମସ୍ତ ୭ଟି ଆସନ ଏବଂ ଝାଡ଼ଖଣ୍ଡର ୪ଟି ଆସନରେ ମତଦାନ ହେବ ।

ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି, ଅଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ, ହର୍ଷବର୍ଦ୍ଧନ, ମାନେକା ଗାନ୍ଧି, ନରେନ୍ଦ୍ର ସିଂହ ତୋମାର, କ୍ରିଷନ୍‍ ପାଲ୍‍ ଗୁର୍‍ଜର୍‍ ଏବଂ ରାଓ ଇନ୍ଦର୍‍ଜିତ୍‍ ସିଂ। ବିଜେପିର ଭୋପାଳ ଆସନ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦିଗ୍‍ବିଜୟ ସିଂହ ଓ ଭୂପିନ୍ଦର୍‍ ସିଂହ ହୁଦା ଏବଂ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ପ୍ରମୁଖଙ୍କ ରାଜନୈତିକ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରିତ ହେବ ।

ସେହିପରି ଦିଲ୍ଲୀରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି, ଡ଼କ୍ଟର ହର୍ଷ ବର୍ଦ୍ଧନ, ବିଜେପିର ଦିଲ୍ଲୀ ଶାଖା  ଅଧ୍ୟକ୍ଷ ମନୋଜ ତିୱାରୀ, କ୍ରିକେଟ୍‍ରୁ ରାଜନୀତିକୁ ଆସିଥିବା ଗୌତମ ଗମ୍ଭୀର, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତ୍‍, ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ, ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ ଏବଂ ଆମ୍ ଆଦମୀ ପାର୍ଟିର ରାଘବ ଚଢ଼ା,ଆତିଶୀ ଏବଂ ଦିଲୀପ ପାଣ୍ଡେ ଏହି  ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

   Related Posts