Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||

ଶେଷ ହୋଇଛି ଷଷ୍ଠ ପର୍ଯ୍ୟାୟ ମତଦାନ: ପୁଣି ପଶ୍ଚିମବଙ୍ଗରେ ଦେଖାଦେଲା ହିଂସା

12/05/2019 at 5:57 PM

ନୁଆଦିଲ୍ଲୀ ୧୨\୫ : ଷଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୭ ରାଜ୍ୟର ୫୯ଟି ନିର୍ବାଚନୀ ମଣ୍ଡଳୀରେ ଆଜି ମତଦାନ ହୋଇଛି ।  ଦେଶର ଜଣାଶୁଣା ବହୁ ବ୍ୟକ୍ତି ବିଶେଷ ଆଜି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିପରି ବିଭିନ୍ନ ଦଳର ଆଗଧାଡ଼ିର ନେତାଙ୍କର ଭାଗ୍ୟ ଇଭିଏମରେ ସିଲ୍‌ ହୋଇଛି।  ପଶ୍ଚିମବଙ୍ଗରେ ଏଥର ମଧ୍ୟ ହିଂସାକାଣ୍ଡ ଦେଖାଦେଇଛି ।

ସରିଲା ଷଷ୍ଠ ପର୍ଯ୍ୟାୟ ଭୋଟ । ଷଷ୍ଠ ପର୍ଯ୍ୟାୟରେ ପୁଣି ପଶ୍ଚିମବଙ୍ଗରେ ଦେଖାଦେଲା ହିଂସା । ଏ ହେଉଛି ପଶ୍ଚିମବଙ୍ଗର ଘଟଲ ଲୋକସଭା ଆସନ କେଶପୁରର ଦୃଶ୍ୟ। ବିଜେପି ପ୍ରାର୍ଥୀ ଭାରତୀ ଘୋଷଙ୍କୁ ତୃଣମୂଳ କଂଗ୍ରେସ କର୍ମୀ  ଠେଲାପେଲା କରିଛନ୍ତି। ଆଇପିଏସ ଚାକିରୀ ଛାଡ଼ି ବିଜେପିରୁ ସେ ପ୍ରାର୍ଥୀ ହୋଇଛନ୍ତି ଆଜି ଦୁଇ ଦୁଇ ଥର ତାଙ୍କ ଉପରେ ଆକ୍ରମଣ ହୋଇଛି। । ଅଭିଯୋଗ ଅନୁଯାୟୀ ଭାରତୀ ଘୋଷ ଆଜି କେଶପୁର ବୁଥ ନିକଟରେ ପହଞ୍ଚିବାରୁ ତୃଣମୂଳ କଂଗ୍ରେସ କର୍ମୀମାନେ ତାଙ୍କୁ ଠେଲାପେଲା କରିବା ସହିତ ତାଙ୍କ ସୁରକ୍ଷାରେ ଥିବା କର୍ମଚାରୀଙ୍କୁ ମଧ୍ୟ ଇଟାପଥରରେ ଆକ୍ରମଣ କରିଥିଲେ ।

ତାଙ୍କ କାର ବି ଭଙ୍ଗାରୁଜା କରିଥିଲେ। ଏପରିକି ସେ ଏକ ମନ୍ଦିରରେ ପଶିଯାଇଥିଲେ। ଘଟଣାକୁ ନେଇ ନିର୍ବାଚନ କମିଶନ ଜବାବ ମାଗିଛନ୍ତି। ସେହିପରି ଏ ହେଉଛି ବାକୁରାର ଦୃଶ୍ୟ। ବିଜେପି କର୍ମୀ ଓ ବୁଥ୍‌ ଏଜେଣ୍ଟଙ୍କ ମଧ୍ୟରେ ଚାଲିଛି ଯୁକ୍ତିତର୍କ। ପଶ୍ଚିମବଙ୍ଗ ସହିତ ୭ଟି ରାଜ୍ୟର ୫୯ଟି ଆସନ ପାଇଁ ଆଜି ମତଦାନ ହୋଇଛି।  

ମୋଟ ୯୭୯ ପ୍ରାର୍ଥୀଙ୍କର ନିର୍ବାଚନୀ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଛି। ଦିଲ୍ଲୀର ୭ଟି ଯାକ ଲୋକସଭା ଆସନରେ ସହିତ ଉତ୍ତର ପ୍ରଦେଶର ୧୪, ହରିୟାଣାର ୧୦, ପଶ୍ଚିମବଙ୍ଗ, ବିହାର ଏବଂ ମଧ୍ୟପ୍ରଦେଶର ୮ଟି ଲେଖାଏଁ ଆସନ ଏବଂ ଝାଡ଼ଖଣ୍ଡରେ ୪ଟି ଆସନରେ ମତଦାନ କରାଯାଇଛି।  ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନ ପରିସରରେ ହୋଇଥିବା ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି ।

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପୂର୍ବତନ ଉପରାଷ୍ଟ୍ରପତି ହମିଦ୍ , ଭାରତୀୟ କ୍ରିକେଟ ଟିମ୍ କ୍ୟାପଟେନ୍ ବିରାଟ କୋହଲି, କପିଲ ଦେବ, ପୂର୍ବ ଦିଲ୍ଲୀର ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର, ଭୋପାଳର ବିଜେପି ପ୍ରାର୍ଥିନୀ ପ୍ରଜ୍ଞା ସିଂହ ଠାକୁର, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଭଦ୍ରା ପ୍ରମୁଖ  ନିଜ ନିଜ ବୁଥରେ ଭୋଟ୍  ଦେଇଛନ୍ତି ।

ଆଜି ୟେଉଁ ପ୍ରମୁଖ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ, ହର୍ଷବର୍ଦ୍ଧନ, ମେନକା ଗାନ୍ଧି, ନରେନ୍ଦ୍ର ସିଂହ ତୋମାର, ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦିଗବିଜୟ ସିଂହ ଓ ଭୂପିନ୍ଦର୍ ସିଂହ ହୁଦା ଏବଂ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ।

ସେହିପରି ଦିଲ୍ଲୀ ବିଜେପି  ଅଧ୍ୟକ୍ଷ ମନୋଜ ତିୱାରୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତ୍, ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ, ବକ୍ସର ବିଜେନ୍ଦର ସିଂହ ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି ହୋଇଛି।

   Related Posts