ସାନଖେମୁଣ୍ଡି ୧୫/୧୦ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସଭାଗୃହ ପ୍ରାଙ୍ଗଣରେ ବୁଧବାର ପୂର୍ବାହ୍ନରେ ଷଷ୍ଠତମ ପଞ୍ଚାୟତ ସମିତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ ହଳଧର ଶବର, ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ, ବାଚସ୍ପତିଙ୍କ ପ୍ରତିନିଧି ବି. ଶଙ୍କର ନାରାୟଣ ସୁବୁଦ୍ଧି, ବ୍ଲକ ସହକାରୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କା, ଜିପିଇଓ ଉମେଶ ସେଠୀ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ କରୋନା ମହାମାରୀ ଯୋଗୁଁ ଏହି ସମିତି ବୈଠକ କାର୍ଯ୍ୟକ୍ରମରେ ବିଳମ୍ବତା ହୋଇଥିଲେ ମଧ୍ୟ ସମସ୍ତ ଜନ ପ୍ରତିନିଧିମାନଙ୍କ ଉପସ୍ଥିତିରେ ବୁଧବାର ଦିନ କୋଭିଡ୍ କଟକଣା ନିୟମ ମାନି ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଥମେ କରୋନା ମହାମାରୀ ସଂକ୍ରମଣରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାମାନଙ୍କ ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ସହ ଶୋକ ସନ୍ତପ ପରିବାରଙ୍କ ନିମନ୍ତେ ଶୋକ ପ୍ରକାଶ କରାଯାଇଥିଲା ।
ଏହାପରେ ବ୍ଳକର ୨୫ ଗୋଟି ପଞ୍ଚାୟତରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା ଲୋକମାନଙ୍କ ନିକଟରେ ପହଞ୍ଚୁନଥିବା ନେଇ ପଞ୍ଚାୟତ ପ୍ରତିନିଧିମାନେ ମଞ୍ଚାସୀନ ଅଧିକାରୀ ସହ ଆଲୋଚନା କରିଥିଲେ । ଏହିପରି ବିଭିନ୍ନ ବର୍ଗରୁ ଆସିଥିବା ଅଧିକାରୀଙ୍କ ସହ ପଞ୍ଚାୟତର ରହୁଥିବା ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ କିପରି ତ୍ବରାନ୍ବିତ ପ୍ରକ୍ରିୟାରେ ଶେଷ କରାଯାଇ ଲୋକମାନଙ୍କ ପାଖରେ ପହଞ୍ଚିପାରିବ ଏଥିସହ ଏହି କାର୍ଯ୍ୟଦ୍ବାରା ଲୋକମାନେ କିଭଳି ଉପକୃତ ହୋଇପାରିବେ ତାହାକୁ ନେଇ ପଞ୍ଚାୟତ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ବେଳେ ଏମଜିଏନଆରଜିଏସ, ଆବାସ ଯୋଜନା, ଅଙ୍ଗନୱାଡି ଗୂହ ନିର୍ମାଣ, କୃଷି କାର୍ଯ୍ୟ ଭଳି ଅନେକ ସମସ୍ୟା ଉପରେ ଉପସ୍ଥିତ ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା ।
ଶେଷରେ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ନିରୀକ୍ଷଣ ଅଧିକାରୀ ସୈାଭାଗ୍ୟ ରଞ୍ଜନ ନାୟକ, କୃଷି ବିଭାଗ ଅଧିକାରୀ ଆନନ୍ଦ ସାମଲ, ବିଇଓ ବସନ୍ତ କୁମାର ପଣ୍ଡା, ସିଡିପିଓ ଯଶୋବନ୍ତୀ ସାହୁ ପ୍ରମୁଖ ସହ ବିଭିନ୍ନ ବିଭାଗୀୟ ଅଧିକାରୀ, ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି, ଭୀମସେନ ସାହୁ, ବିଭୂତି ଭୂଷଣ ମହାପାତ୍ର, ଉଷାନ୍ତ ସାହୁ ରବି ଚନ୍ଦ୍ର ପାଢ଼ୀ, କୃଷ୍ଣ ଚନ୍ଦ୍ର ସାହୁ, ସରପଞ୍ଚ ପ୍ରତିନିଧି ଏସ୍ . ଗାନ୍ଧୀ ଦୋରା, କୁରେଶୁ ସେଠୀ, ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ ପ୍ରମୁଖ ସହ ୨୫ ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।