ରାଜ୍ୟରେ ଷଷ୍ଠ କରୋନା ପଜିଟିଭ୍‌, କଟକରେ ଚିହ୍ନଟ

Published By : Prameya-News7 Bureau | April 03, 2020 IST

ଭୁବନେଶ୍ୱର ୦୩।୦୪: ରାଜ୍ୟରେ ଷଷ୍ଠ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେ କଟକର ବାସୀନ୍ଦା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଟ୍ୱିଟ୍ କରାଯାଇ ଅବଗତ କରାଯାଇଛି । ଷଷ୍ଠ କରୋନା ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ଜଣଙ୍କ କିଛିଦିନ ତଳେ ଦିଲ୍ଲୀରୁ ଫେରିଥିଲେ । ତେବେ ଆଜି ଆସିଥିବା ନମୁନା ପରୀକ୍ଷଣ ରିପୋର୍ଟରୁ ସେ କୋଭିଡ୍‌-୧୯ରେ ସଂକ୍ରମିତ ଥିବା ଜଣାପଡିଛି । ବର୍ତ୍ତମାନ ସେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ସଂପର୍କରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଏନେଇ ସେହିଭଳି କିଛି ତଥ୍ୟ ଆସିନାହିଁ ।

wp:core-embed/twitter {"url":"https://twitter.com/HFWOdisha/status/1245991616994619392","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1245991616994619392
/wp:core-embed/twitter

ପ୍ରକାଶଯୋଗ୍ୟ ଯେ, ଷଷ୍ଠ କରୋନା ପଜିଟିଭ୍‌ଙ୍କ ପୂର୍ବରୁ ପଞ୍ଚମ କରୋନା ପଜିଟିଭ୍‌ ବ୍ୟକ୍ତିଜଣଙ୍କ ସାରା ରାଜ୍ୟ ପାଇଁ ଆତଙ୍କର କାରଣ ହୋଇଛନ୍ତି । ଗତକାଲି ଠାରୁ ଭୁବନେଶ୍ୱର ସୂର୍ଯ୍ୟନଗରକୁ ସିଲ୍‌ କରାଯାଇଥିବା ବେଳେ ଆଜି ରାତି ୮ଟାରୁ ସାରା ଭୁବନେଶ୍ୱର ସମେତ ଭଦ୍ରକ ଜିଲ୍ଲାରେ ୪୮ଘଣ୍ଟିଆ ସଂପର୍ଣ୍ଣ ଲକ୍‌ଡାଉନ୍‌ (କର୍ଫ୍ୟୁ ଭଳି) ଲାଗୁ ହେବ ବୋଲି ଘୋଷଣା ହୋଇଛି । ଅନ୍ୟପକ୍ଷରେ ପ୍ରଥମ ଓ ଦ୍ୱିତୀୟ କରୋନା ପଜିଟିଭ୍‌ ଡାକ୍ତରଖାନାରୁ ଘରକୁ ଫେରିଥିବା ବେଳେ ଚତୁର୍ଥ ଓ ପଞ୍ଚମ କରୋନା ସଂକ୍ରମିତ ବ୍ୟକ୍ତି ଦୁଇଜଣ ଚିକିତ୍ସାଧୀନ ଅଛନ୍ତି । ଉଭୟଙ୍କ ବୟସ ୬୦ବର୍ଷ ବୋଲି ଜଣାଯାଇଛି । କିଛି ସମୟ ତଳେ ଚିହ୍ନଟ ଷଷ୍ଠ କରୋନା ସଂକ୍ରମିତ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.