ଅଫୁଟା ବାଣ ଫୁଟାଇବା ବେଳେ ହାତରେ ଫୁଟିଗଲା, ୬ଷ୍ଠ ଶ୍ରେଣୀ ଛାତ୍ର ଗୁରୁତର
22/02/2020 at 3:05 PM

ଖୋର୍ଦ୍ଧା ୨୨।୨: ହାତରେ ବାଣ ଫୁଟି ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ସିମର ଗ୍ରାମରେ ଶୁକ୍ରବାର ଜାଗର ଯାତ୍ରା ପାଇଁ ବାଣ ଫୁଟାଇ ଉତ୍ସବ ପାଳନ କରୁଥିଲେ ଗ୍ରାମବାସୀ । କିନ୍ତୁ ଆଜି ଉକ୍ତ ଗ୍ରାମର ଷଷ୍ଠ ଶ୍ରେଣୀର ଛାତ୍ର ସୌମ୍ୟ ରଞ୍ଜନ ଭଟ୍ଟ ଅଫୁଟା ବାଣ ଗୋଟାଇ ଜଳୁଥିବା ଦୀପରେ ଲଗାଉଥିବା ବେଳେ ବାଣ ବିସ୍ଫୋରଣ ହୋଇଥିଲା । ବାଣ ବିସ୍ଫୋରଣରେ ଛାତ୍ରଙ୍କ ଡାହାଣ ହାତ ପାପୁଲି ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ସଂଗେ ସଂଗେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021