Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚିକିତ୍ସା ଅବହେଳାରୁ ହଷ୍ଟେଲ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ, ମୁହଁ ବନ୍ଦ ରଖିବାକୁ ପରିବାରଲୋକଙ୍କୁ ଦିଆଗଲା ୫ଶହ ଟଙ୍କା

27/07/2019 at 12:51 PM

ରାୟଗଡା ୨୭|୭:  ଚିକିତ୍ସା ଅବହେଳାରୁ ହଷ୍ଟେଲ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ମ୍ୟାଲେରିଆରେ ପୀଡିତ ହୋଇ ଆଖି ବୁଜିଲେ ଷଷ୍ଠ ଶ୍ରେଣୀର ଛାତ୍ରୀ । ମୃତ ଛାତ୍ରୀ ହେଲେ ଜୟନ୍ତୀ ଷଡଙ୍ଗୀ ।

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ରାୟଗଡା ବ୍ଲକ୍ ବଡଇରୁକୁବାଡି ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।  ଘଟଣା ପରେ ମୁହଁ ବନ୍ଦ ରଖିବାକୁ ପରିବାର ଲୋକଙ୍କୁ ୫୦୦ ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ହଷ୍ଟେଲ ଦାୟିତ୍ବରେ ଥିବା ଶିକ୍ଷକ ଅବହେଳା କରିଥିବା କହିଛନ୍ତି ମୃତ ଛାତ୍ରୀଙ୍କ ପରିବାରଲୋକ । ୮ ଦିନ ଧରି ଛାତ୍ରୀ ଜଣଙ୍କ ଜ୍ବରରେ ପୀଡିତ ଥିବାବେଳେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଗଲା ନାହିଁ । ଛାତ୍ରୀଙ୍କ ଅସୁସ୍ଥତା ନେଇ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଅବଗତ କରାଗଲା ନାହିଁ ।

୮ ଦିନ ପରେ ଖବର ପାଇ ଝିଅର ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଲେ । ହେଲେ ତାକୁ ସେଠାରେ ମଧ୍ୟ ସଠିକ ଚିକିତ୍ସା ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି । ଅବସ୍ଥା ସଙ୍ଗୀନ ଥିବାରୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ତାକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ହେଲେ ଅର୍ଥ ଅଭାବରୁ ବାଧ୍ୟ ହୋଇ ତାକୁ ଘରକୁ ଫେରାଇ ଆଣିଥୁଲେ ପରିବାର ଲୋକେ । ଆଉ ଘରକୁ ଫେରିବା ବାଟରେ ହିଁ ଛାତ୍ରୀଙ୍କ ଜୀବନ ଚାଲିଯାଇଥିଲା । ତେବେ ଶିକ୍ଷକ ଓ ଡାକ୍ତରଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

   Related Posts