ବନ୍ଧୁକ ମୁନରେ ଲୁଟ୍, ସିସିଟିଭିରେ କଏଦ ହେଲା ଦୃଶ୍ୟ

Published By : Prameya-News7 Bureau | January 27, 2020 IST

ବାରିପଦା ୨୭।୦୧:  ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବନ୍ଧୁକ ମୁନରେ ଲୁଟ୍‌ । ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ରାଇରଙ୍ଗପୁର ଟାଉନ ଥାନା ମୁଖ୍ୟ ବଜାର ଜାରୁଲ ଏଣ୍ଟରପ୍ରାଇଜେସ ନାମକ ଏକ ହୋଲସେଲ ପାନ ମସଲା ଦୋକାନରେ ଲୁଟ ହୋଇଛି । ତେବେ ଆସନ୍ତୁ ଦେଖିବା ଲୁଟ୍‌ ବେଳେ ସିସିଟିଭିରେ କଏଦ ହୋଇଥିବା ଚିତ୍ର

wp:html /wp:html

ରବିବାର ଦିନ ରାତିରେ ଦୋକାନର ସଟର ବନ୍ଧ ଥିବା ବେଳେ ୩ ଜଣ ଦୁର୍ବୁତ୍ତ ହଠାତ ଦୋକାନକୁ ପଶି ଆସି ବ୍ୟବସାୟୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇଥିଲେ । ଏହା ପରେ ଗୋଟିଏ ରାଉଣ୍ଡ ଗୁଳି ଫାଇରିଂ କରି ୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଜାରି ରଖିଛି ।

{"id":216562,"sizeSlug":"large"}

ସେହିପରି କିଛି ମାସ ପୂର୍ବରୁ ରାଇରଙ୍ଗପୁର ଲିଙ୍କ ରୋଡ଼ରେ ଧାନ ବ୍ୟବସାୟୀଙ୍କ ଉପରେ ଗୁଳିମାଡ ହୋଇଥିବା ଓ ଧରାପଡିନଥିବା ବେଳେ ପୁଣି ଏଭଳି ଘଟଣା ସାମନାକୁ ଆସିବା ପୋଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.