Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

୬ଫୁଟ ୪ ଇଞ୍ଚ ଉଚ୍ଚା, ୧୩୫ କେଜି ଓଜନ ଆଥଲେଟ୍‌ଙ୍କୁ ଆଣ୍ଠେଇ ଦେଲା କରୋନା

19/04/2020 at 2:50 PM

ତେହେରାନ: କରୋନା କେତେ ଭୟଙ୍କର ହୋଇପାରେ ତାହା ଇରାନୀ ଆଥଲେଟ୍ ଏହେସାନ ହଡାଡିଙ୍କୁ ଦେଖିଲେ ଜଣାପଡେ। ୬ଫୁଟ ୪ ଇଞ୍ଚ ଉଚ୍ଚା ୧୩୫ କେଜି ଓଜନର ହଡାଡିଙ୍କୁ  ଆଖିକୁ ଦେଖାଯାଉନଥିବା କରୋନା ଭୂତାଣୁ ମାଟି ସାଉଣ୍ଟିବାକୁ ବାଧ୍ୟ କରିଦେଇଛି। ଗତ ୨୦୧୨ ଲଣ୍ଡନ ଅଲିମ୍ପିକ୍‌ରେ ସେ ତାଙ୍କ ଭଳି ବିଶ୍ୱର ୪୦ ଜଣ ମଜଭୁତ ଆଥଲେଟଙ୍କ ସହ ପ୍ରତିଯୋଗୀତା କରି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ବିଜେତା ହୋଇଥିଲେ। ହେଲେ କରୋନାରେ ସେ ହିରୋରୁ ଜିରୋ ହୋଇଯାଇଛନ୍ତି।

ଇରାନରେ କରୋନା ଆତଙ୍କ ସୃଷ୍ଟି କରିଛି। ଦେଶରେ ୬୦ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବା ବେଳେ ଅନୁନ୍ୟ ୪ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ଏଥିରେ ସଂକ୍ରମଣରୁ ଆଥଲେଟ୍ ନିଜକୁ ରକ୍ଷା କରିବାରେ ବିଫଳ ହେବା ଯୋଗୁ ଅସୁସ୍ଥ ହୋଇପଡିଛନ୍ତି। ଗତ ମାର୍ଚ୍ଚ ୨୩ ତାରିଖରେ ଏହେସାନ ନିଜର ଓ ତାଙ୍କ ପିତାଙ୍କର କରୋନା ପରୀକ୍ଷଣ କରାଇଥିବା ବେଳେ ସେମାନେ ପଜେଟିଭ ଥିବା ଜଣାପଡିଛନ୍ତି। ସେମାନଙ୍କ କ୍ୱାରେଣ୍ଟାଇନ୍ ଅବଧି ସରି ଆସୁଥିବା ବେଳେ ଆଗାମୀ ସପ୍ତାହରେ ତାଙ୍କର ଓ ତାଙ୍କ ପରିବାରର କରୋନା ଟେଷ୍ଟ ହେବ। ହୁଏତ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ଆଶା କରାଯାଉଛି।

ତେବେ କରୋନା ସଂକ୍ରମଣ ସମୟର ଘଟଣା ମନେ ପକାଇ ଏହେସାନ ଏବେବି ଆତଙ୍କିତ ହୋଇପଡୁଛନ୍ତି। ସୁସ୍ଥ ଶବଳ ମଜଭୁତ ଯୁବକ ଏହେସାନ ୨ ଦିନ ପୂର୍ବେ ଜିମରେ ଭଲକରି କସରତ କରିଥିଲେ। ଦେହ ଓ ମନ ବେଶ୍ ଫୁର୍ତ୍ତି ଥିଲା। ହେଲେ ଅଚାନକ ଅଭିଭାବକ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ରୋଷେଇ କରି ଖାଇବାକୁ ଦେଇଥିଲେ। ତା ପରଦିନ ସକାଳେ ସେ ନିଜକୁ ସେଜରୁ ଉଠାଇପାରିନଥିଲେ। 

ଏଣୁ ଅସୁସ୍ଥ ପିତାଙ୍କୁ ସାଙ୍ଗରେ ନେଇ ହସ୍ପିଟାଲ ଯାଇଥିବା ବେଳେ ସେମାନଙ୍କର କରୋନା ଟେଷ୍ଟ ହୋଇଥିଲା। ଯେଉଁଥିରେ ପରିବାର ଲୋକେ ସଂକ୍ରମିତ ହୋଇଥିବାର ସ୍ପଷ୍ଟ ହୋଇଯାଇଥିଲା। ସମସ୍ତେ କ୍ୱାରେଣ୍ଟାଇନକୁ ଯାଇଥିଲେ। ପ୍ରଥମ ୧୦ ଦିନ କିନ୍ତୁ ଏହେସାନଙ୍କ ଲାଗି ସେତେଟା ଭଲ ନଥିଲା। ମଝିରେ ମଝିରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ହେଲେ  ଧିରେ ଧିରେ ସମସ୍ୟାର ସମାଧାନ ହୋଇଛି। ଏବେ ବେଶ ସୁସ୍ଥ ଅନୁଭ କରୁଥିବା କହିଛନ୍ତି ଏହେସାନ ହଡାଡି।

   Related Posts