Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋରିୟର ପେଟିରୁ ବାହାରିଲା ୬ ଫୁଟର ନାଗ ସାପ

25/08/2019 at 8:40 AM

ମୟୁରଭଞ୍ଜ  ୨୫/୮: ଛଅ ଫୁଟ ଲମ୍ବର ନାଗ ସାପ ଉଦ୍ଧାର ହୋଇଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ୱାର୍ଡ ନଂ ୫ ରେ।

ସୂଚନା ଅନୁଯାୟୀ ୱାର୍ଡ ନଂ ୫ ରେ ମୃତ୍ୟୁ କୁମାର ନାମକ ଜଣେ ବ୍ୟକ୍ତି ସେଠାରେ ଘର ଭଡ଼ା ନେଇ ରହୁଛନ୍ତି। ତେବେ ସେ ପାଣି ପାଇପ ଲାଇନ ସମ୍ବନ୍ଧୀୟ ବ୍ୟବସାୟ କରନ୍ତି। ଅଗ୍ରୱାଲ ପେକର୍ସ ଓ ମୁଭର୍ସ  ନାମକ କୋରିୟରରୁ ତାଙ୍କ ପାଖକୁ କିଛି ସାମାନ ଥିବା ପେଟି ଆସିଥିଲା। ସେ ପେଟି ଖୋଲିବା ମାତ୍ରେ ଏକ ନାଗ ସାପ ଦେଖିବାକୁ ପାଇ ତୁରନ୍ତ ରାଇରଙ୍ଗପୁର ବନବିଭାଗକୁ ଖବର ଦେଇଥିଲେ। ତେବେ ରାଇରଙ୍ଗପୁର ରେଞ୍ଜର ଅଶୋକ ଦାସ ଖବର ପାଇ ଦୁଇ ଜଣ ଫରେଷ୍ଟ ଗାର୍ଡଙ୍କୁ ପଠାଇଥିଲେ। ଗାର୍ଡ ଦ୍ବୟ ସେଠାରେ ପହଞ୍ଚି ଛଅ ଫୁଟ ଲମ୍ବର ନାଗ ସାପଟିକୁ ଉଦ୍ଧାର କରିଥିଲେ। ତେବେ ନାଗ ସାପଟିକୁ ଉଦ୍ଧାର କରି କୁଚେଇବୁଢୀ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି।

   Related Posts