Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ଆଇଏମଏସ୍ ସମ୍ ହସ୍ପିଟାଲରେ ଆୟୋଜିତ ୬ଦିନିଆ ଯୋଗ ପ୍ରଶିକ୍ଷଣ ଶିବିର : ଯୋଗଦେଲେ ଡାକ୍ତରୀ ଛାତ୍ରଛାତ୍ରୀ

6/08/2019 at 4:50 PM

ଭୁବନେଶ୍ବର ୬|୮: ଆଇଏମଏସ୍ ସମ୍‌ ହସ୍ପିଟାଲରେ ଆୟୋଜିତ ୬ଦିନିଆ ଯୋଗ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଅନ୍ୟମାନଙ୍କ ସହ ଏମବିବିଏସ୍‌ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଏହି ଯୋଗ ଶିବିରରେ ଯୋଗ ଦେଇ ବେଶ୍‌ ଖୁସି ଅନୁଭବ କରିଛନ୍ତି ।

ଆଇଏମଏସ୍‌ ସମ୍‌ ହସ୍ପିଟାଲରେ ଆୟୋଜିତ ୬ଦିନିଆ ଯୋଗ ପ୍ରଶିକ୍ଷଣ ଶିବିରର ମଙ୍ଗଳବାର ଥିଲା ଉଦ୍‌ଯାପନୀ ଦିବସ । ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗ, ପ୍ରାଣାୟାମର ଉପକାରୀତା ସମ୍ପର୍କରେ ଅନେକ କିଛି ଶିଖିବାକୁ ପାଇଥିଲେ ଛାତ୍ରଛାତ୍ରୀମାନେ । ସେମାନଙ୍କ ମଧ୍ୟରେ ଥିବା ଏମବିବିଏସ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଭିତରେ ଏଭଳି ଯୋଗଶିବିରକୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା ।

ଉତ୍ତମ ସ୍ବାସ୍ଥ୍ୟଗଠନରେ ଯୋଗ, ପ୍ରାଣାୟାମର ଆବଶ୍ୟକତାକୁ ନେଇ ହୋଇଥିବା ଏହି ପ୍ରଶିକ୍ଷଣ ଶିବିର ଅନେକଙ୍କୁ ସେମାନଙ୍କ ଜୀବନ ଗଠନ ଶୈଳୀ ଉପରେ ଶିକ୍ଷା ଦେଇପାରିଛି ।

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ନିରୋଗ ରହିବା ସହ ମାନସିକ ସନ୍ତୁଳନ ରକ୍ଷା କରିବା ଦିଗରେ ଯୋଗ ପ୍ରାଣାୟଣର ଆବଶ୍ୟକତା ଅନେକ । ଯାହା ଦ୍ବାରା ପ୍ରତ୍ୟେକ ମଣିଷ ନିରୋଗ ରହିବା ସହ କାର୍ଯ୍ୟକ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାକୁ ପ୍ରେରଣା ପାଇପାରିବ ।

   Related Posts