ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା

Published By : Prameya-News7 Bureau | December 04, 2021 IST

ଭୁବନେଶ୍ବର ୪୧୨:  ରାଜ୍ୟର ଭିକାରୀ ତାଲିକା ଦେଇଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୯୭୦ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ଏଥିମଧ୍ୟରୁ ୪୧୨୮ ପୁରୁଷ ଭିକାରୀ ଓ ୨୮୪୨ ମହିଳା ଭିକାରୀ ଅଛନ୍ତି । 

କଟକରେ ସର୍ବାଧିକ ଭିକାରୀ ରହିଛନ୍ତି ।  କଟକରେ ୧୦୬୦ ଜଣ ଭିକାରୀ ରହିଛନ୍ତି । ଏହା ତଳକୁ ଦ୍ବିତୀୟ ସ୍ଥାନରେ ବରଗଡ ରହିଛି । ଏଠାରେ  ୫୯୫  ଜଣ ଭିକାରୀ ରହିଛନ୍ତି । ଭିକାରୀ ତାଲିକାର ତୃତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲା ରହିଛି । ଗଞ୍ଜାମରେ ୫୪୫ ଜଣ ଭିକାରୀ ରହିଛନ୍ତି ।

ବିଧାନସଭାରେ ବିଜେପି ବିଧାୟକ ନାଉରି ନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.