ଏହି ଜାଗାରେ ଭଗବାନ ଶିବ ତ୍ରିଶୂଳରେ ଶନିଦେବଙ୍କୁ ଆକ୍ରମଣ କରିଥିଲେ, ଆଜି ମଧ୍ୟ ତ୍ରିଶୂଳ ସିଠି ସେମିତି ରହିଛି, ଜାଣନ୍ତୁ କିଛି ଅଜଣା ତଥ୍ୟ

Published By : Prameya-News7 Bureau | December 31, 2018 IST

ରାଞ୍ଚି ୩୧/୧୨ : ଦେଶର କୋଣ ଅନୁକୋଣରେ ଭଗବାନ ଶିବଙ୍କ ଅନେକ ତୀର୍ଥ ସ୍ଥାନ ରହିଛି | ପ୍ରତ୍ୟେକ ତୀର୍ଥ ସ୍ଥାନ ସହ କିଛି କିଛି ରହସ୍ୟ, ତଥ୍ୟ ଜଡିତ ରହିଛି | ଏହିସବୁ ରହସ୍ୟ ଆଶ୍ଚର୍ଯ୍ୟାନ୍ବିତ ହୋଇଥାଏ | ଏମିତି କିଛି ମନ୍ଦିର ସମ୍ପର୍କରେ ଜାଣିବା ଯାହାର ରହସ୍ୟ ଆଶ୍ଚର୍ଯ୍ୟଜନକ | ଏହିସବୁ ମନ୍ଦିରର ଇତିହାସ ସମ୍ପର୍କରେ ଆପଣ ଜାଣିନଥିବେ | ରାଞ୍ଚିଠାରୁ ୧୫୦ କି:ମି: ଦୂର ଝାରଖଣ୍ଡର ଗୁମଲା ଜିଲ୍ଲାରେ ଅବସ୍ଥିତ ଏମିତି ଏକ ମନ୍ଦିର | ଏହି ମନ୍ଦିରକୁ ପର୍ଶୁରାମଙ୍କ ତପସ୍ୟାସ୍ଥଳୀ ଭାବେ ବିଶ୍ୱାସ କରାଯାଏ | ଏହି ପବିତ୍ର ମନ୍ଦିରକୁ ଟାଙ୍ଗିନାଥ କିମ୍ବା ବାବା ଟାଙ୍ଗିନାଥ ବୋଲି କୁହାଯାଏ |
ପୌରାଣିକ କଥା ଅନୁସାରେ ବାବା ପର୍ଶୁରାମ ଏଠାରେ ମହାଦେବଙ୍କ ଘୋର ଅପମାନ କରିଥିଲେ | ଏହି ମନ୍ଦିର ଭୂମିରେ ହିଁ ବାବା ପର୍ଶୁରାମ ନିଜ ଫାର୍ସା ପୋତି ଦେଇଥିଲେ |

{"id":69045}

ଏହି ଫାର୍ସାର ଆକୃତି ଦେଖିବାକୁ ତ୍ରିଶୂଳ ଭଳି | ମହର୍ଷି ପର୍ଶୁରାମଙ୍କ ଏହି ଫାର୍ସାକୁ ଲୋକେ ତ୍ରିଶୂଳ ଭାବେ ହିଁ ପୂଜା କରନ୍ତି | ଏହି ତ୍ରିଶୂଳର ଗୋଟିଏ ସ୍ୱତନ୍ତ୍ର କଥା ହେଲା ଏହି ଫାର୍ସା କେଉଁ ଯୁଗରୁ ଏଇଠି ପୋତା ହେଇ ଅଛି କିନ୍ତୁ ଆଜି ଯାଏଁ ଏଥିରେ କଳଙ୍କି ଲାଗିନାହିଁ | ଯେତେ ଖରା, ବର୍ଷା ହେଲେ ମଧ୍ୟ ଫାର୍ସାର କୌଣସି କ୍ଷତି ହୋଇନାହିଁ | ସେ ଏବେ ଯାଏଁ ସେମିତି ପୋତା ହେଇ ରହିଛି ଯେମିତି ତାକୁ ବାବା ପର୍ଶୁରାମ ପୋତିଦେଇଥିଲେ | ପ୍ରତ୍ୟେକ ବର୍ଷ ମହାଶିବରାତ୍ରି ଏବଂ ଶ୍ରାବଣ ମାସରେ ଏହି ମନ୍ଦିରରେ ଭକ୍ତଙ୍କ ଭିଡ ଜମେ | ଏହି ମନ୍ଦିରରେ ସ୍ୱୟଂ ଭଗବାନ ଶିବ ବାସ କରନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି |

{"id":69041}


ବାବା ଟାଙ୍ଗିନାଥଙ୍କ ଏହି ମନ୍ଦିର ଘଂଚ ଜଙ୍ଗଲ ମଧ୍ୟରେ ରହିଛି | ଏହି ମନ୍ଦିର ପରିସରରେ ପାଖାପାଖି ୨୦୦ ଶିବଲିଙ୍ଗ ରହିଛି | ଏହାଛଡା ଅନେକ ଦେବାଦେବୀଙ୍କ ମୂର୍ତ୍ତି ରହିଛି | ମା ଦୁର୍ଗା, ଭଗବତୀ ଲକ୍ଷ୍ମୀ, ଗଣେଶ, ଅର୍ଦ୍ଧନାରେଶ୍ୱର, ବିଷ୍ଣୁ, ସୂର୍ଯ୍ୟ ଦେବ, ହନୁମାନ ଏବଂ ନନ୍ଦୀଙ୍କ ପ୍ରତିମା ରହିଛି | ଏଠାରେ ଏକ ମହା ବିଶାଳ ତ୍ରିଶୂଳ ଅବସ୍ଥାପିତ | ଏହି ତ୍ରିଶୂଳ ହେଉଛି ମନ୍ଦିରର ବିଶେଷତ୍ୱ | ବ୍ରମହାଣ୍ଡରେ ଏହି ତ୍ରିଶୂଳ ଠାରୁ ବଡ ତ୍ରିଶୂଳ ଆଉ କେଉଁଠି ନାହିଁ ବୋଲି ବିଶ୍ୱାସ ରହିଛି | ଏଠାରେ ଛୋଟ ବଡ ଅନେକ ପ୍ରକାରର ଶିବଲିଙ୍ଗ ରହିଛି |

{"id":69042}


ତ୍ରେତେୟା ଯୁଗରେ ଭଗବାନ ରାମ ଜନକପୁରରେ ଆୟୋଜିତ ମା ସୀତାଙ୍କ ସ୍ଵୟମ୍ବରରେ ଯୋଗଦେଇଥିଲେ | ସ୍ଵୟମ୍ବରରେ ଶ୍ରୀରାମ ଭଗବାନ ଶିବଙ୍କ ଧନୁ ଭାଙ୍ଗି ଦେଇଥିଲେ | ଭଗବାନ ଶିବଙ୍କ ଧନୁ ଭାଙ୍ଗି ଦେବାରୁ ବାବା ପର୍ଶୁରାମ କ୍ରୋଧିତ ହୋଇ ସ୍ଵୟମ୍ବର ସଭାରେ ପହଂଚିଥିଲେ | ଏହାକୁ ନେଇ ଲକ୍ଷ୍ମଣଙ୍କ ସହ ବାବା ପର୍ଶୁରାମଙ୍କ ପାଟିତୁଣ୍ଡ ହୋଇଥିଲା | ଏତିକିବେଳେ ବାବା ପର୍ଶୁରାମ ଜାଣିବାକୁ ପାଇଲେ ଯେ, ଶ୍ରୀରାମ ଆଉ କେହି ନୁହନ୍ତି ସ୍ୱୟଂ ନାରାୟଣ ସେତେବେଳେ ତାଙ୍କୁ ଅପମାନ ବୋଧ ହୋଇଥିଲା |

{"id":69043}


ଟାଙ୍ଗିନାଥର ଏହି ପ୍ରାଚୀନ ମନ୍ଦିର ରକ୍ଷଣା ବେକ୍ଷଣ ଅଭାବରୁ ପ୍ରାୟ ପ୍ରାୟ ଜାଗାରେ ଭାଙ୍ଗି ଗଲାଣି | ପାହାଡ ଉପରେ ଅନେକ ଜାଗାରେ ଶିବଲିଙ୍ଗ ଏପଟ ସେପଟ ହୋଇ ରହିଛି | ମନ୍ଦିର ସହ ଆଉ ଏକ ତଥ୍ୟ ମଧ୍ୟ ରହିଛି | ଏହି ତଥ୍ୟ ଅନୁସାରେ ଭଗବାନ ଶିବ ଶନିଦେବଙ୍କ କୌଣସି ଏକ ଅପରାଧରେ କ୍ରୋଧିତ ହୋଇ ନିଜ ତ୍ରିଶୂଳରେ ତାଙ୍କୁ ଆକ୍ରମଣ କରିଥିଲେ | ଭଗବାନ ଶିବ ଶନିଦେବଙ୍କ ଉପରକୁ ନିଜ ତ୍ରିଶୂଳ ଫୋପାଡ଼ିଥିଲେ | ସେହି ତ୍ରିଶୂଳ ପାହାଡର ଶୀର୍ଷରେ ଯାଇ ଭୁସି ହୋଇଯାଇଥିଲା | କିନ୍ତୁ ତ୍ରିଶୂଳର ଅଗ୍ରଭାଗ ଜମି ଉପରେ ରହିଗଲା | ତେବେ ତ୍ରିଶୂଳ ଜମି ଭିତରେ କେତେ ଗଭୀର ଯାଏଁ ପଶିକି ରହିଛି ତାହା ଆଜି ଯାଏଁ କେହି ମଧ୍ୟ କହି ପାରିନାହାନ୍ତି |

{"id":69044}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.