Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

୬୯୦ କେ.ଜି. ଗଞ୍ଜେଇ ବୋଝେଇ ବୋଲେରୋ ଜବତ, ଜଣେ ଗିରଫ

15/10/2020 at 8:14 PM

ସୁନାବେଡ଼ା ୧୫/୧୦: ସୁନାବେଡ଼ାର ପାନଟିକା ଛକ୍‌ ନିକଟରେ ଗଞ୍ଜେଇ ବୋଝେଇ ବୋଲେରୋ ଜବତ। ୬୯୦ କେଜି ଗଞ୍ଜେଇ ନେଇ ଯାଉଥିବା ବୋଲେରୋ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।

ସିମିଳିଗୁଡ଼ା ଅଞ୍ଚଳରୁ ସୁନାବେଡ଼ା ଅଭିମୁଖେ ଯାଉଥିବା ବୋଲେରୋଟିକୁ ଜାତୀୟ ରାଜପଥ-୨୬ରେ ପାନଟିକା ଛକ ନିକଟରୁ ଜବତ କରିଛି ପୋଲିସ। ଗାଡ଼ି ନମ୍ବର ୦୧-ସିଓ୍ବାଇ-୬୬୮୯ ହୋଇଥିବା ବେ​‌ଳେ ଅଭିଯୁକ୍ତ ଜଣକ ରାଞ୍ଚିର ନିତେଶ କୁମାର ଗପ୍ତା ବୋଲି ଜଣାପଡ଼ିଛି।

ବୁଧବାର ସକାଳେ ଖବର ପାଇ ପୋଲିସ ପାନଟିକା ଛକରୁ ଗଞ୍ଜେଇ ବୋଝେଇ ବୋଲେରୋ ଜବତ କରିଥିଲା। ବୋଲେରୋରେ ୬୯୦ କେଜିର ଗଞ୍ଜେଇ ଥିବା ଜଣାପଡ଼ିଛି। ତେବେ ଅଭିଯୁକ୍ତକୁ ଗିରଫ କରିବା ସହ ମାମଲା ରୁଜୁ କରି ତଦନ୍ତ କରୁଛି ସୁନାବେଡ଼ା ଥାନା ପୋଲିସ।

   Related Posts