Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

୨ କରୋନା ଭ୍ୟାକସିନକୁ ମଞ୍ଜୁରୀ, ତଥାପି ଟିକା ଲଗାଇବାକୁ ପଛଘୁଞ୍ଚା ଦେଉଛନ୍ତି ୬୯ ପ୍ରତିଶତ ଭାରତୀୟ !

6/01/2021 at 10:10 PM

ନୂଆଦିଲ୍ଲୀ ୦୬।୦୧: ଭାରତ ସମେତ ପୂରା ଦୁନିଆରେ କରୋନା ବିରୋଧରେ ଟିକାକରଣ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। କିଛି ଦେଶରେ ଟିକାକରଣ ଅଭିଯାନ ଆରମ୍ଭ  ହୋଇ ଯାଇଛି। ଭାରତରେ ଦୁଇଟି କରୋନା ଭ୍ୟାକସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳି ସାରିଛି। ଚଳିତ ମାସରେ ଦେଶରେ ଟିକାକରଣ ଆରମ୍ଭ  ହେବାକୁ ଯାଉଛି। ମାତ୍ର ଏହା ମଧ୍ୟରେ ଏକ ସର୍ଭେ ପ୍ରକାଶ ପାଇଛି। ସର୍ଭେ ଅନୁଯାୟୀ ୬୯ ପ୍ରତିଶତ ଭାରତୀୟ କରୋନା ଟିକା ଲଗାଇବା ନେଇ ପଛଘୁଞ୍ଚା ଦେଉଛନ୍ତି। ଲୋକାଲ ସର୍କଲ୍ ତରଫରୁ ଜାନୁଆରୀରେ କରାଯାଇଥିବା ସର୍ଭେରେ ଅଧିକାଂଶ ଉତ୍ତରଦାତା  କୋଭିଡ୍ ଭ୍ୟାକସିନ ଲଗାଇବା ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି।

କଣ କହୁଛି ସର୍ଭେ

ସର୍ଭେ ମୁତାବକ ୬୯ ପ୍ରତିଶତ ଭାରତୀୟ ଭ୍ୟାକସିନ ଲଗାଇବା ନେଇ ଅନିଚ୍ଛା ପ୍ରକାଶ କରିଥିବା ବେଳେ ୨୬ ପ୍ରତିଶତ ଭାରତୀୟ ଅଭିଭାବକଙ୍କ କହିବା କଥା ୨୦୨୧ ଏପ୍ରିଲରେ ସ୍କୁଲ ପାଠପଢା ଆରମ୍ଭ ହେବା ପୂର୍ବରୁ ନିଜ ପିଲାଙ୍କ ପାଇଁ କରୋନା ଭ୍ୟାକସିନ ଲଗାଇବାକୁ ଚାହିଁବେ। ସର୍ଭେରେ ସାମିଲ ପ୍ରାୟ ୬୧ ପ୍ରତିଶତ ଭାରତୀୟ ଏହା ଚାହୁଁଛନ୍ତି ଯେ, ସରକାରଙ୍କୁ ଆମେରିକୀୟ ଭ୍ୟାକସିନ ଫାଇଜର ଏବଂ ମୋଡର୍ଣ୍ଣା ଇଙ୍କକୁ ଭାରତରେ ବ୍ୟବସାୟିକ ବ୍ୟବହାର ପାଇଁ ପରୀକ୍ଷଣ କରିବା ଉଚିତ୍।

କାହିଁକି ଟିକା ନେବାକୁ ପଛଘୁଞ୍ଚା ଦେଉଛନ୍ତି ?

ଡିସେମ୍ବର ମାସରେ ମଧ୍ୟ ଲୋକାଲ ସର୍କଲର ସର୍ଭେରେ ସାମିଲ ୬୯ ପ୍ରତିଶତ ଭାରତୀୟ ଭ୍ୟାକସିନ ଲଗାଇବା ନେଇ ଅନିଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଜାନୁଆରୀରେ ଭାରତ ସରକାର ଦୁଇଟି କରୋନା ଭ୍ୟାକସିନର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି। ତଥାପି ଟିକା ନେବାକୁ ଲୋକେ ସେତେଟା ଆଗ୍ରହ ଦେଖାଉ ନାହାନ୍ତି। ସାଧାରଣ ଲୋକେ ଟିକା ନନେବାର ସବୁଠୁ ବଡ କାରଣ ସେମାନଙ୍କୁ ଲାଗୁଛି ଯେ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ରହିଥିବା ସେମାନେ ଭାବୁଛନ୍ତି ଏବଂ ଏହା କେତେ  ସଫଳ ହେବ ତା ଉପରେ ପର୍ଯ୍ୟାପ୍ତ ସୂଚନା ଉପଲବ୍ଧ ନାହିଁ। ଆଉ ଏକ ପ୍ରମୁଖ କାରଣ ଗତ ଅନେକ ଦିନ ହେବ ଭାରତରେ କରୋନା କେସ୍ ଖସିବାରେ ଲାଗିଛି। ଏହି କାରଣରୁ ଲୋକଙ୍କ ମନରେ ଆଗଭଳି ଭ୍ୟାକସିନକୁ ନେଇ ରୁଚି ନାହିଁ।

କେମିତି ହେଲା ଏହି ସର୍ଭେ

ଲୋକାଲ ସର୍କଲ୍ ଅକ୍ଟୋବର ମାସରୁ ଏହି ଧରଣର ସର୍ଭେ ଆରମ୍ଭ କରିଥିଲା। ଅକ୍ଟୋବର ମାସରେ ୬୧ ପ୍ରତିଶତ ଭାରତୀୟ କରୋନା ଭ୍ୟାକସିନ ଲଗାଇବା ନେଇ ପଛଘୁଞ୍ଚା ଦେଇଥିଲେ। ନଭେମ୍ବରରେ ଏହି ସଂଖ୍ୟା ୫୯ ପ୍ରତିଶତ ଏବଂ ଡିସେମ୍ବରରେ ଏହା ୬୯ ପ୍ରତିଶତ ରହିଛି। ଜାନୁଆରୀରେ  ହୋଇଥିବା ସର୍ଭେରେ ଦେଶର ୨୨୪ ଜିଲ୍ଲାରୁ ୧୮ ହଜାରରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା। ଏଥିରେ ୬୯ ପ୍ରତିଶତ ପୁରୁଷ ଏବଂ ୩୧ ପ୍ରତିଶତ ମହିଳା ସାମିଲ।

   Related Posts