Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ବାହାରିଲା ୬୯ ଲକ୍ଷ, ରହିଛି ବିଦେଶୀ ମୁଦ୍ରା

15/09/2021 at 11:13 PM

ରାୟଗଡା, ୧୫/୦୯: ରାୟଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଦାନ ହୁଣ୍ଡି ଆଜି କଡା ସୁରକ୍ଷା ଏବଂ କୋଭିଡ ଗାଇଡ଼ ଲାଇନ୍ ମଧ୍ୟରେ ଖୋଲାଯାଇଥିଲା। ସକାଳୁ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର କର୍ମଚାରୀଙ୍କ ସମେତ ମନ୍ଦିର ପରିଚାଳନା କମିଟି, ପୋଲିସ, ମାଜିଷ୍ଟ୍ରେଟ ଓ ଏଣ୍ଡମେଣ୍ଟ ଅଧିକାରୀଙ୍କ ଉପସ୍ଥିତିରେ ଦୀର୍ଘ ୧୧ ମାସ ବ୍ୟବଧାନରେ ହୁଣ୍ଡି ଖୋଲା ଯାଇଥିଲା । ଆଜି ଗଣତି ପରେ ୬୯ ଲକ୍ଷ ୯୦ ହଜାର ୨୮୪ ଟଙ୍କା ସମେତ ୫୨୦୧ ଗ୍ରାମ ରୁପା ଓ ୫୪ ଗ୍ରାମ ସୁନା ବାହାରିଥିଲା।

୧୧ ମାସ ପୂର୍ବରୁ ଶେଷଥର ଖୋଲାଯିବା ସମୟରେ ୬୩ ଲକ୍ଷ ଟଙ୍କା ସହିତ ସୁନା ଓ ରୁପା ଅଳଙ୍କାର ବାହାରିଥିଲା। ଆଜି ମାଙ୍କ ହୁଣ୍ଡିରୁ ବିଦେଶୀ ମୁଦ୍ରା ବାହାରିଥିବା ମଧ୍ୟ ଜଣାପଡିଛି । ମାଲେସିଆର ୪ ଟି ଏବଂ ସାଉଦି ଆରବର ଗୋଟିଏ ନୋଟ ମାଙ୍କ ହୁଣ୍ଡିରୁ ଭକ୍ତଙ୍କ ଦାନରୁ ମିଳିଥିବା ସୂଚନା ଦେଇଛନ୍ତି ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡିକା।

   Related Posts