Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଭକ୍ତି ଓ ବିଶ୍ବାସରେ କିଛି ନୁହେଁ କଠିନ, ବୈଷ୍ଣୋ ଦେବୀଙ୍କ ଦର୍ଶନରେ ସାଇକେଲ ଧରି ବାହାରିଛନ୍ତି ୬୮ ବର୍ଷୀୟ ବୃଦ୍ଧା, ଯିବେ ୨୨ ଶହ କିଲୋମିଟର

20/10/2020 at 2:40 PM

ମୁମ୍ବାଇ ୨୦/୧୦: ବୟସ କେବଳ ଏକ ସଂଖ୍ୟା ଏହି କଥାକୁ ପ୍ରମାଣିତ କରିଛନ୍ତି ୬୮ ବର୍ଷୀୟା ବୃଦ୍ଧା ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ୬୮ ବର୍ଷୀୟା ଜଣେ ମହିଳା ସାଇକେଲ ଧରି ବୈଷ୍ଣୋ ଦେବୀ ଯାତ୍ରା ପାଇଁ ବାହାରିଛନ୍ତି। ଏବେ ତାଙ୍କର ଏକ ଭିଡ଼ିଓ ସୋସିଆଲ ମଡିଆରେ ବେଶ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ମରାଠି ମହିଳା ସାଇକେଲରେ ବୈଷ୍ଣୋ ଦେବୀ ଯାତ୍ରା ପାଇଁ ବାହାରିଛନ୍ତି। ଭିଡ଼ିଓ ସାମ୍ନାକୁ ଆସିବା ପରେ ବୃଦ୍ଧାଙ୍କର ବେଶ ପ୍ରଶଂସା ହେଉଛି।

ରତନ ଶାରଦ ନାମକ ଜଣେ ଟ୍ବିଟର ୟୁଜର ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ସେୟାର କରିଛନ୍ତି। ତେବେ ମହିଳା ଜଣକ ତାଙ୍କ ନିଜ ସାଇକେଲରେ ବୈଷ୍ଣୋ ଦେବୀ ଯାଉଛନ୍ତି। ଖାମଗାଁରୁ ୨୨ ଶହ କିଲୋମିଟର ସାଇକେଲ ଚଳାଇ ଯିବେ। କେବଳ ଏତିକି ନୁହେଁ ତାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ମଧ୍ୟ ସାଙ୍ଗରେ କେହି ନାହାନ୍ତି। ସାଇକେଲରେ ନିଜର ସମସ୍ତ ଜିନିଷ ପତ୍ର ଲଦି ସେ ଏକୁଟିଆ ଦୀର୍ଘ ବାଟ ଅତିକ୍ରମ କରିବା ନେଇ ଅଣ୍ଟା ଭିଡିଛନ୍ତି।

ତାଙ୍କର ଏଭଳି ଭକ୍ତି ଓ ବିଶ୍ବାସ ଦେଖି କିଛି ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଅନେକ ୟୁଜର ତାଙ୍କର ସୁରକ୍ଷିତ ଯାତ୍ରା କାମନା କରିଛନ୍ତି। ତେବେ ଏତେ ବର୍ଷ ବୟସରେ ପହଞ୍ଚିବା ପରେ ମଧ୍ୟ ତାଙ୍କ ସାହସକୁ ଭୁରି ଭୁରି ପ୍ରଶଂସା କରିବାରୁ ବାଦ୍ ପଡ଼ି ନାହାନ୍ତି। ତେବେ ମହିଳାଙ୍କଠାରୁ ଆମକୁ ବହୁତ କିଛି ଶିଖିବାର ଅଛି ଏକଥା ଏ ବୃଦ୍ଧା ପ୍ରମାଣିତ କରିଛନ୍ତି।

   Related Posts