Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଝାରସୁଗୁଡ଼ା ସବ୍‌ଜେଲ୍‌ରୁ ୬୮ କଏଦୀ କରୋନା ସଂକ୍ରମିତ

15/05/2021 at 12:34 PM

ଝାରସୁଗୁଡ଼ା ୧୫।୦୫: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରେ ବ୍ୟାପିଲାଣି କରୋନା ସଂକ୍ରମଣ । ଝାରସୁଗୁଡ଼ା ଉପ-କାରାଗାରରେ ୬୮ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଆଇସୋଲେସନ୍‌ ଓ୍ୱାର୍ଡରେ ରଖାଯାଇଛି ।

ଖବର ଅନୁଯାୟୀ,  ଝାରସୁଗୁଡ଼ା ଉପ-କାରାଗାରରେ ମୋଟ୍ ୨୮୨ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬୮ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । କରୋନା ସଂକ୍ରମିତ କଏଦୀଙ୍କୁ ଜେଲ୍ ପରିସରରେ ଥିବା ଆଇସୋଲେସନ୍ ଓ୍ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ସମସ୍ତଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୁରତା ବଜାୟ ରଖିବା ଉପରେ ଗୁରୁତ୍ତ୍ୱ ଦିଆଯାଇଛି । ଅଧିକ ଚିକିତ୍ସା ଆବଶ୍ୟକ ହେଲେ ସେମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯିବ ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତକାଲି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବହୁ କଏଦୀ କରୋନା ସଂକ୍ରମିତ ହୋଇଥିଲେ । ପୂର୍ବରୁ ଉଦଳା ସବଜେଲରୁ ବି କଏଦୀ ପଜିଟିଭ୍ ବାହାରିଛନ୍ତି ।

   Related Posts