Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ରଜନୀକାନ୍ତଙ୍କୁ ମିଳିଲା ଦାଦାସାହେବ ଫାଲକେ ପୁରସ୍କାର, କଙ୍ଗନା ରଣାୱତ-ମନୋଜ ବାଜପେୟୀଙ୍କୁ ବେଷ୍ଟ ଆକ୍ଟର୍ସ ଆୱାର୍ଡ

25/10/2021 at 2:39 PM

ନୂଆଦିଲ୍ଲୀ ୨୫/୧୦: ଆଜି ଦିଲ୍ଲୀର ବଜ୍ଞାନ ଭବନରେ ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଦାଦାସାହେବ ଫାଲକେ ପୁରସ୍କାର ଅଭିନେତା ରଜନୀକାନ୍ତଙ୍କୁ ପ୍ରଦାନ କରାଯାଇଛି। ଭାରତୀୟ ସିନେମାରେ ତାଙ୍କର ୪୫ ବର୍ଷର ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏଥି ସହିତ କଙ୍ଗନା ରଣାୱତ, ମନୋଜ ବାଜପେୟୀ ଏବଂ ଧନୁଷଙ୍କୁ ସେମାନଙ୍କ ଅଭିନୟ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଛି।

କଙ୍ଗନା ରଣାୱତଙ୍କୁ ତାଙ୍କର ଦୁଇଟି ଫିଲ୍ମ ‘ମାଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ମନୋଜ ବାଜପେୟୀ ଫିଲ୍ମ ‘ଭୋସଲେ’ ଏବଂ ଧନୁଷଙ୍କୁ ‘ଅସୁରନ୍’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।

ହିନ୍ଦୀ ସିନେମା ବର୍ଗର ଶ୍ରେଷ୍ଠ ଫିଲ୍ମ ପାଇଁ ସୁଶାନ୍ତ ସିଂ ରାଜପୁତଙ୍କ ‘ଛିଛୋରେ’ ଚୟନ କରାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନୀତେଶ ତିୱାରୀ। ପ୍ରିୟଦର୍ଶନଙ୍କ ମାଲାୟାଲମ୍ ଫିଲ୍ମ ‘ମରକ୍କର: ଲାଇନ୍ ଅଫ୍ ଦି ଆରବିୟାନ୍ ସି’କୁ ସର୍ବଶ୍ରେଷ୍ଠ ଫିଚର୍ ଫିଲ୍ମ ପୁରସ୍କାର ଦିଆଯାଇଛି। ଏହି ଫିଲ୍ମରେ ମୋହନଲାଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ମାର୍ଚ୍ଚ ୨୦୨୧ ରେ ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଥିଲା କିନ୍ତୁ କରୋନା ମହାମାରୀ ହେତୁ ଏହାକୁ ସ୍ଥଗିତ ରଖିବାକୁ ପଡିଥିଲା। ୨୦୧୯ ରେ ନିର୍ମିତ ଫିଲ୍ମ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଛି।

   Related Posts