Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଭାରତରେ ୬୭,୩୮୫ ‘ହାପି ନ୍ୟୁ ଇୟର’ ଶିଶୁ… ପ୍ରଥମ ଦିନରେ ରେକର୍ଡ, ବିଶ୍ବରେ ସବୁଠୁ ଅଧିକ

2/01/2020 at 3:33 PM

ନୂଆଦିଲ୍ଲୀ ୨।୧: ବର୍ଷ ୨୦୨୦ର ପ୍ରଥମ ଦିନରେ ସାରା ବିଶ୍ବରେ ପ୍ରାୟ ୪ଲକ୍ଷ ଶିଶୁ ଜନ୍ମ ନେଇଛନ୍ତି । ୟୁନିସେଫ୍ ର ସର୍ଭେ ଅନୁଯାୟୀ ସାରା ବିଶ୍ବରେ ୩ଲକ୍ଷ ୯୨ହଜାର ୭୮ଶିଶୁ ଜନ୍ମ ନେଇଛନ୍ତି । ଏ ଭିତରେ ଭାରତରେ ସବୁଠୁ ଅଧିକ ୬୭ହଜାର ୩୮୫ ଶିଶୁ ଜନ୍ମ ହୋଇଛନ୍ତି ।

ଦ୍ବିତୀୟ ସ୍ଥାନରେ ଥିବା ଚୀନରେ ୪୬ହଜାର ୨୯୯ ଶିଶୁ ଜନ୍ମ ହୋଇଥିବା ବେଳେ ନାଇଜେରିଆରେ ୨୬ ହଜାର ୩୯, ପାକିସ୍ତାନରେ ୧୬ହଜାର ୭୮୭, ଇଣ୍ଡୋନେସିଆରେ ୧୩ ହଜାର ୨୦ ଏବଂ ଆମେରିକାରେ ୧୦ହଜାର ୪୫୨ ଶିଶୁ ଜନ୍ମ ନେଇଛନ୍ତି । ଏହି ଶିଶୁ ମାନେ ବର୍ଷର ପ୍ରଥମ ଦିନରେ ଜନ୍ମ ନେଇଥିବାରୁ ଏମାନଙ୍କୁ ‘ହାପି ନ୍ୟୁ ଇୟର’ ଶିଶୁ ବୋଲି ମଧ୍ୟ କୁହାଯାଇଥାଏ ।

ନୂଆବର୍ଷ ଦିନ ଫିଜିରେ ସମ୍ଭବତଃ ପ୍ରଥମ ଶିଶୁ ଜନ୍ମ ନେଇଥିବା ବେଳେ ଆମେରିକାରେ ନୂଆବର୍ଷର ଶେଷ ଶିଶୁ ଜନ୍ମ ନେଇଛି । ପ୍ରତିବର୍ଷ ଜାନୁଆରୀ ପହିଲାରେ ସାରା ବିଶ୍ବରେ ଜନ୍ମ ନେଉଥିବା ଶିଶୁଙ୍କ ଜନ୍ମ ଉତ୍ସବ ପାଳନ କରେ ୟୁନିସେଫ ।

ଅନୁମାନ କରାଯାଉଛି ୨୦୨୭ ସୁଦ୍ଧା ଭାରତର ଜନସଂଖ୍ୟା ଚୀନକୁ ଟପିଯିବ ।୨୦୧୯ରୁ ୨୦୫୦ ଭିତରେ ଭାରତର ଜନସଂଖ୍ୟା ୨୭.୩କୋଟି ବୃଦ୍ଧି ପାଇବା ସମ୍ଭାବନା ରହିଛି ।

   Related Posts