Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଅମିତ ଶାହଙ୍କ ଉପରକୁ ପ୍ଲାକାର୍ଡ ଫିଙ୍ଗି ୬୭ ବର୍ଷୀୟ ବୃଦ୍ଧ ଅଟକ

22/11/2020 at 12:31 PM

ଚେନ୍ନାଇ, ୨୨୧୧କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ତାମିଲନାଡୁ ଗସ୍ତ କରିଛନ୍ତି । ଶାହ ତାମିଲନାଡୁରେ ପହଁଚିବା ପରେ ତାଙ୍କୁ ଦଳ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଗସ୍ତ ସମୟରେ ଶାହଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ମଧ୍ୟ ପଡିଛି । ଶାହଙ୍କୁ ଏକ ପ୍ଲାକାର୍ଡ ଫିଙ୍ଗିଥିବା ଜଣେ ୬୭ ବର୍ଷୀୟ ବୃଦ୍ଧଙ୍କୁ ପୋଲିସ ଅଟକ ରଖିଛି ।

ଶାହଙ୍କ ଏହି ଗସ୍ତ ତାମିଲନାଡୁରେ ହେବାକୁ ଥିବା ୨୦୨୧ ବିଧାନସଭା ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ଗସ୍ତରେ ସେ ଏଆଇଏଡିଏମକେ ସହ ରାଜନୈତିକ ଆଲୋଚନା କରିଛନ୍ତି । ଡିଏମକେର ପୂର୍ବତନ ସାଂସଦ କେପି ରାମଲିଙ୍ଗମ ଶାହଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ।

ଚେନ୍ନାଇ ବିମାନ ବନ୍ଦରରେ ପହଁଚିବା ପରେ ଗୃହମନ୍ତ୍ରୀଙ୍କୁ ବିଜେପି ଓ ଏଆଇଏଡିଏମକେ କାର୍ଯ୍ୟକର୍ତ୍ତା ଭବ୍ୟ ସ୍ୱାଗତ କରିଥିଲେ । ଏପରିକି ଶାହ ମଧ୍ୟ ପ୍ରୋଟୋକଲ ଭାଙ୍ଗି କର୍ମୀଙ୍କୁ ଅଭିବାଦନ ଜଣାଇଥିଲେ । ଏହାସହ କାରକେଡରେ ନିଜ ଗାଡିରୁ ଓହ୍ଲାଇ ଜଗହଳିପୂର୍ଣ୍ଣ ଜିଏସଟି ରୋଡରେ କର୍ମୀଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ । ଏହି ସମୟରେ ସେଠାରେ ଶାହଙ୍କୁ ବିରୋଧ କରୁଥିଲେ କିଛି ପ୍ରଦର୍ଶନକାରୀ । ସେମାନଙ୍କ ମଧ୍ୟରୁ ଜଣେ ୬୭ ବର୍ଷୀୟ ବୃଦ୍ଧ ଶାହଙ୍କୁ ପ୍ଲାକାର୍ଡ ଫିଙ୍ଗିଥିଲେ । ପୋଲିସ ପ୍ଲାକାର୍ଡ ପିଙ୍ଗିଥିବା ବୃଦ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ତେବେ ଶାହ ପ୍ରୋଟୋକଲ ଭାଙ୍ଗି ଯେପରି ରାସ୍ତାରେ କର୍ମୀଙ୍କୁ ଅଭିବାଦନ ଦେଲେ, ସେଥିରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ ବିଜେପି ତାମିଲନାଡୁରେ ପତିଆରା ଜାହିର ପାଇଁ ଚେଷ୍ଟା କରିବ । ଅମିତ ଗୃହମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ତାମିଲନାଡୁ ଗସ୍ତ । ଏଠାରେ ସେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏପରିକି ଚେନ୍ନାଇ ମେଟ୍ରୋ ସେବାର ଫେଜ୍-୨ ପ୍ରକଳ୍ପକୁ ମଧ୍ୟ ଆରମ୍ଭ କରିବେ ।

   Related Posts