Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

କୁଣିଆ ଆସିଲେ, ବୁଲାବୁଲି କଲେ ; କିନ୍ତୁ ଛାଡିଦେଇଗଲେ କରୋନା : ୨ଦିନରେ ବସ୍ତିରୁ ୬୭ ପଜିଟିଭ୍‌ ଚିହ୍ନଟ

28/07/2020 at 8:21 AM

ଭୁବନେଶ୍ବର ୨୮।୦୭: ଗଞ୍ଜାମରୁ ଆସିଥିଲେ କୁଣିଆ । ଜରୁରୀ ହସ୍ପିଟାଲ କାମରେ ଭୁବନେଶ୍ୱର ଆସିଥିଲେ । କାମ ସରିବା ପରେ ବସ୍ତିରେ ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଲେ । ସନ୍ଧ୍ୟା ବେଳକୁ ପୁଣି ଫେରିଗଲେ । କିନ୍ତୁ ସେ କରୋନାରେ ଆକ୍ରାନ୍ତ ଥିବା ଆଦୌ ଭାବିନଥିଲେ । ତାଙ୍କଠାରେ କୌଣସି ଲକ୍ଷଣ ବି ନଥିଲା । କିଛି ଦିନ ପରେ ତ୍ରିନାଥ ନଗରର ସେହି ପରିବାରରୁ ଏକାଧିକ ପଜିଟିଭ୍‌ ବାହାରିଥିଲେ । ତାଙ୍କ ସଂସ୍ପର୍ଶରେ ଆସି ବସ୍ତିରେ ସଂଖ୍ୟାଧିକ କରୋନା ସଂକ୍ରମିତ ହୋଇଛନ୍ତି ।

ଏହି ଲିଙ୍କ୍‌ରୁ ଦୁଇ ଦିନରେ ବସ୍ତିରୁ ୫୭ଜଣ ପଜିଟିଭ୍‌ ବାହାରିଲେଣି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂରୁ ବିଏମ୍‌ସି ଏଭଳି ତଥ୍ୟ ପାଇଛି । ଅନେକ ମହିଳା ସଂକ୍ରମିତ ବାହାରିଛନ୍ତି । ରବିବାର ଏଠାରୁ ୧୩ଜଣ ଆକ୍ରାନ୍ତ ବାହାରିଥିଲେ । ଏଥିରୁ ୭ଜଣ ମହିଳା । ସୋମବାର ଯେଉଁ ୪୪ ପଜଟିଭ୍‌ ବାହାରିଛନ୍ତି ଏଥିରୁ ୧୯ଜଣ ମହିଳା । ବସ୍ତିରେ ସଂକ୍ରମଣର ରୂପ ଦେଖି ବିଏମ୍‌ସି ପକ୍ଷରୁ ଆକ୍ଟିଭ୍‌ ସର୍ଭେଲାନ୍ସ ଜାରି ରହିଛି । ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ଲକ୍ଷଣ ଥିଲେ ନମୁନା ପରୀକ୍ଷା ହେଉଛି । ତେବେ ବସ୍ତିରୁ ଚିହ୍ନଟ ଆକ୍ରାନ୍ତଙ୍କ ଭିତରୁ ୮୦ ପ୍ରତିଶତଙ୍କଠାରେ କୌଣସି ଲକ୍ଷଣ ନାହିଁ । ସମସ୍ତଙ୍କୁ କୋଭିଡ୍‌ କେୟାର ସେଣ୍ଟର ପଠାଯାଇଛି । ବସ୍ତିରେ କଣ୍ଟେନମେଣ୍ଟ ଜୋନ୍‌ ନିର୍ଦ୍ଦେଶନାମା ବଳବତ୍ତର ରହିଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

   Related Posts