କମିବାରେ ଲାଗିଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ

Published By : Prameya-News7 Bureau | December 01, 2020 IST

ଭୁବନେଶ୍ଵର ୦୧।୧୨: ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କ୍ରମାଗତ କମିବାରେ ଲାଗିଛି। ସେହି ପରି ସବୁଠୁ ଚିନ୍ତାର କାରଣ ପାଲଟିଥିବା ଦୈନିକ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗିଛି। ଯାହା ଲୋକଙ୍କ ମଧ୍ୟରେ ଆଶ୍ଵସ୍ତିର ମାହୋଲ ରହିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି। ସଂପ୍ରତି ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ୬୬୯ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୧୨,୭୩୪ରେ ପହଞ୍ଚିଛି।  ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଟ୍ଵିଟ୍ ଯୋଗେ ମଙ୍ଗଳବାର ଏହାର ସୂଚନା ଦିଆଯାଇଛି।

wp:html /wp:html

ଆଜି ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୬୫ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୫୮ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେହି ପରି ସୁନ୍ଦରଗଡରୁ ୫୭, କେନ୍ଦୁଝରରୁ ୪୮, ଝାରସୁଗୁଡାରୁ ୪୭, ଅନୁଗୁଳରୁ ୪୪, କଟକରୁ ୪୦, ଜଗତସିଂହପୁରରୁ ୩୮, କେନ୍ଦ୍ରାପଡାରୁ ୩୧, ଯାଜପୁରରୁ ୨୮, ବରଗଡରୁ ୨୭, ନୂଆପଡାରୁ ୨୪, ସମ୍ବଲପୁରରୁ ୨୩, କଳାହାଣ୍ଡିରୁ ୨୦,  ବାଲେଶ୍ଵରରୁ ୧୮, ବଲାଙ୍ଗୀରରୁ ୧୬, ଗଞ୍ଜାମରୁ ୧୩, ନବରଙ୍ଗପୁରରୁ ୧୨, ଭଦ୍ରକରୁ ୭, ପୁରୀରୁ ୭, ବୌଦ୍ଧରୁ ୬, ନୟାଗଡରୁ ୬, ନୟାଗଡରୁ ୫, ସୋନପୁରରୁ ୫, ଢେଙ୍କାନାଳରୁ ୪, ମାଲକାନଗିରିରୁ ୪, କନ୍ଧମାଳରୁ ୩, କୋରାପୁଟରୁ ୩, ଦେବଗଡରୁ ୨ ଓ ରାୟଗଡାରୁ ୧ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୯୧୦୩କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନା ଆଉ ୫ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୭୪୪ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.