Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଓ୍ଵିପ୍ରୋ କର୍ମଚାରୀଙ୍କ ଗୋଟିଏ ଭୁଲ୍ ସିଟି୍ ବ୍ୟାଙ୍କକୁ ଲାଗିଲା ୬୬ ଅରବ ଡଲାରର ଚୂନା

26/02/2021 at 5:15 PM

ବେଙ୍ଗାଲୁରୁ ୨୬।୦୨: ଭାରତର ଆଇଟି କମ୍ପାନୀ ଓ୍ଵିପ୍ରୋର ଦୁଇ କର୍ମଚାରୀଙ୍କ ତ୍ରୁଟି କାରଣରୁ ଆମେରିକାର ସିଟି ବ୍ୟାଙ୍କକୁ ବିପୁଳ ପରିମାଣରେ କ୍ଷତି ସହିବାକୁ ପଡିଛି। ଏହି ମାମଲା କସ୍ମୋଟିକ୍ କମ୍ପାନୀ ରେଭଲନର ଏକ ଟର୍ମ ଲୋନ୍ ସହ ଜଡିତ ରହିଛି। ସିଟି ବ୍ୟାଙ୍କର ପ୍ରଶାସନ ରେଭଲନର ଲୋନ ମାମଲାରେ ଏଜେଣ୍ଟ ରହିଥିଲେ। ସିଟି ବ୍ୟାଙ୍କ ରେଭଲନକୁ ଉଧାର ଦେଉଥିବା ଲୋକଙ୍କୁ ୭୮ ଲକ୍ଷ ଡଲାରର ଟଙ୍କା ସୁଧ ବାବଦରେ ଦେବାର ଥିଲା। ମାତ୍ର ବ୍ୟାଙ୍କ ଭୁଲବଶତଃ ୯୦ କୋଟି ଡଲାର(ପ୍ରାୟ ୬୬ ଅରବ ଡଲାର) ପଠାଇ ଦେଇଛନ୍ତି। ଏଥିରେ ମୂଳଧନ ରାଶି ମଧ୍ୟ ସାମିଲ ଥିଲା। ଏହା ବ୍ୟାଙ୍କ ଇତିହାସରେ ସବୁଠୁ ବଡ ତ୍ରୁଟି ମଧ୍ୟରୁ ଗୋଟିଏ।

ସିଟି ବ୍ୟାଙ୍କ ରେଭଲନର ଲୋନ୍ ପ୍ରଶାସନ ଏଜେଣ୍ଟ ଭାବେ କାମ କରି ୧୦ ବିତ୍ତୀୟ କମ୍ପାନୀକୁ ୯୦ କୋଟି ଡଲାର ପଠାଇଥିଲା। ଏହି ସବୁ କମ୍ପାନୀ ରେଭଲନକୁ ଟର୍ମ ଲୋନ୍ ଦେଇଥିଲେ। ପ୍ରକୃତରେ ସିଟି ବ୍ୟାଙ୍କକୁ ଏହି ସବୁ କମ୍ପାନୀକୁ ୭୮ ଲକ୍ଷ ଡଲାରର ଟଙ୍କା ସୁଧ ବାବଦରେ ଦେବାର ଥିଲା। ମାତ୍ର ବ୍ୟାଙ୍କ ଭୁଲବଶତଃ ୯୦  କୋଟି ଡଲାରର ମୂଳଧନ ଏହି କମ୍ପାନୀକୁ ପଠାଇ ଦେଇଛି। ଲେଣ୍ଡର୍ସ ଟଙ୍କା ଫେରାଇବାକୁ ମନା କରି ଦେଇଛି। ମାମଲା ଏବେ କୋର୍ଟରେ ପହଞ୍ଚିଛି। କୋର୍ଟ କହିଛି, ଯେଉଁ ଲେଣ୍ଡର୍ସକୁ ସିଟି ବ୍ୟାଙ୍କର ଟଙ୍କା ମିଳିଛି, ସେମାନେ ଏହି ଅର୍ଥ ରଖିବାକୁ ହକଦାର। ସିଟି ବ୍ୟାଙ୍କ କୋର୍ଟର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେବାକୁ ଯୋଜନା କରୁଛି।

ଏହି ଟ୍ରାଞ୍ଜେକ୍ସନ ସିଟି ବ୍ୟାଙ୍କର ସିକ୍ସ-ଆଇ ପ୍ରକ୍ରିୟାରେ ହୋଇଥିଲା। ଏହାରି ଆଧାରରେ କୌଣସି ବି ନେଣଦେଣ କରିବା ପୂର୍ବରୁ ତିନି ଜଣ ଏହାକୁ ସମୀକ୍ଷା କରନ୍ତି ଏବଂ ଅନୁମତି ପ୍ରଦାନ କରନ୍ତି। ଏହି ମାମଲାରେ ପ୍ରଥମ ଦୁଇଟି ପ୍ରକ୍ରିୟା ଓ୍ଵିପ୍ରୋର କର୍ମଚାରୀଙ୍କ ଦ୍ଵାରା ହୋଇଥିଲା। ପ୍ରଥମ କର୍ମଚାରୀ ପେମେଣ୍ଟର ସୂଚନା ମାନୁଆଲି ବ୍ୟାଙ୍କର ଫ୍ଲେକ୍ସକ୍ୟୁବ୍ ଲୋନ୍ ପ୍ରୋସେସିଂ ପ୍ରୋଗ୍ରାମରେ ଦେଇଥିଲେ। ଦ୍ଵିତୀୟ କର୍ମଚାରୀ ଏହି ସୂଚନାକୁ ଯାଞ୍ଚ କରିଥିଲେ। ଚୂଡାନ୍ତ ଅନୁମତି ସିଟି ବ୍ୟାଙ୍କର ଟିମ୍‌ କରିଥିଲେ। ତେଣୁ ଏହି ଦଳକୁ ଟ୍ରାଞ୍ଜେକ୍ସନ ପାଇଁ ଉତ୍ତରଦାୟୀ କୁହାଯାଉଛି।

   Related Posts