୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ଅସନ୍ତୋଷ

Published By : Prameya-News7 Bureau | May 03, 2018 IST

୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ଅସନ୍ତୋଷ । ସମ୍ମାନ ବିତରଣ ଉତ୍ସବକୁ ଆସିବେନି ୭୫ ଜଣ ସମ୍ମାନ ମନୋନୀତ କଳାକାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ହାତରୁ ସମ୍ମାନ ଗ୍ରହଣ ସମ୍ଭବ ନଥିବାରୁ କଳାକାର ମାନେ ଏପରି ନିଷ୍ପତି ନେଇଛନ୍ତି । ତେବେ ଏହା ପ୍ରତିବାଦ ନୁହେଁ, ହତାଶା ଜନୀତ ପ୍ରତିକ୍ରିୟା ବୋଲି କୁହାଯାଇଛି । ନୂଆଦିଲ୍ଲୀରେ ଆଜି ହେବାକୁ ଥିବା ଏହି ଜାତୀୟ ଚଳଚ୍ଚିତ୍ର ସମ୍ମାନ ବିତରଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୧ ଜଣ କଳାକାରଙ୍କୁ ନିଜ ହାତରେ ସମ୍ମାନ ଦେଇପାରିବେ ବୋଲି ଖବର ଆସିବା ପରେ ଏପରି ପ୍ରତିକ୍ରିୟା ଓ ଅସନ୍ତୋଷ ସୃଷ୍ଟି ହୋଇଛି। ବ୍ୟକ୍ତିଗତ ଭାବେ ପ୍ରତ୍ୟେକ କୃତି କଳାକାରଙ୍କୁ ସମ୍ମାନୀତ କରିବା ପାଇଁ ଅସାମର୍ଥ୍ୟ ପ୍ରକାଶ କରିବାରୁ ଏପରି ପରିସ୍ଥିତି ହୋଇଛି । ୭୦ ପାଖା ପାଖି କଳାକାର ସମ୍ମାନ ବିତରଣ ଉତ୍ସବକୁ ଆସିବେନାହିଁ ବୋଲି ଆୟୋଜକ ସୂଚନା ଓ ପ୍ରସାରଣ ବିଭାଗକୁ ଜଣାଇ ଦେଇଛନ୍ତି । ସେପଟେ କଳାକାରଙ୍କ ଏପରି ପ୍ରତିକ୍ରିୟା ନେଇ ବିସ୍ମୟ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଭବନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ କୌଣସି ଉତ୍ସବରେ ୧ ଘଣ୍ଟାରୁ ବେଶି ରୁହନ୍ତି ନାହିଁ। ସେ ଦାୟୀତ୍ବ ଗ୍ରହଣ କରିବା ପରଠୁ ଏପରି ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ , ଏନେଇ ସୂଚନା ଓ ପ୍ରସାରଣ ବିଭାଗକୁ ମଧ୍ୟ ପୂର୍ବରୁ ଜଣାଇ ଦିଆଯାଇଛି । ଏହା ସତ୍ତ୍ୱେ ବିଳମ୍ବରେ ସେ ନେଇ ପ୍ରଶ୍ନକୁ ନାପସନ୍ଦ କରିଛନ୍ତି ରାଷ୍ଟ୍ରପତି ଭବନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.