Wednesday, January 16, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ! ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ଆଜି ଘୋଷଣା କରାଯାଇଛି ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାଁ । ଚଳିଚ୍ଚିତ୍ରରେ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ କାମ କରିଥିବା ବ୍ୟକ୍ତିବିଶେଷଙ୍କ ନାଁ ଘୋଷଣା କରାଯାଇଛି। ଏବର୍ଷ ପ୍ରଖ୍ୟାତ ନିର୍ଦେଶକ ଶେଖର କପୁରଙ୍କ ନେତୃତ୍ବରେ ଗଠିତ ୧୦ ଜଣିଆ ଜୁରି ପାନେଲ ବିଭିନ୍ନ ବିଭାଗ ପାଇଁ ଶ୍ରେଷ୍ଠ ବ୍ୟକ୍ତିବିଶେଷଙ୍କ ନାଁ ଘୋଷଣା କରିଛନ୍ତି। ମେ ୩ରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ବିତରଣ କରିବେ। ରିଦ୍ଧି ସେନ ଶ୍ରେଷ୍ଠ ଅଭିନେତା ଓ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଘୋଷଣା କରାଯାଇଛି। ଆସାମିଜ ଫିଲ୍ମ ଭିଲେଜ ରକଷ୍ଟାରକୁ ଶ୍ରେଷ୍ଠ ଫିଲ୍ମ ଘୋଷଣା କରାଯାଇଛି। ଦିବଙ୍ଗତ ଅଭିନେତା ବିନୋଦ ଖାନ୍ନାଙ୍କୁ ଦିଆଯାଇଛି ସମ୍ମାନଜନକ ଦାଦାସାହେବ ଫାଲକେ ଆୱାର୍ଡ। ଶ୍ରୀଦେବୀଙ୍କୁ ମମ୍ ଫିଲ୍ମରେ ଉଚ୍ଚକୋଟିର ଅଭିନୟ ପାଇଁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ଇରାଦା ଫିଲ୍ମ ପାଇଁ ଅଭିନେତ୍ରୀ ଦିବ୍ୟା ଦତ୍ତାଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ। ଫହଦ ଫାଜିଲଙ୍କୁ ମିଳିଛି ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର। ନ୍ୟୁଟନକୁ ମିଳିଛି ବେଷ୍ଟ ହିନ୍ଦୀ ଫିଲ୍ମ ପୁରସ୍କାର।ବାହୁବଲି-୨କୁ ମିଳିଛି ବେଷ୍ଟ ପପୁଲାର ଫିଲ୍ମ ଏବଂ ବେଷ୍ଟ ସ୍ପେଶାଲ ଇଫେକ୍ଟସ ପୁରସ୍କାର। ଟଏଲେଟ ଏକ ପ୍ରେମ କଥାକୁ ମିଳିଛି ବେଷ୍ଟ କୋରିଓଗ୍ରାଫି ପୁରସ୍କାର।

463 Views

   You May Also Like