Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୬୫ ହଜାର ଦେହଜୀବୀ କାହାକୁ ଦେବେ ନାହିଁ ଭୋଟ୍

କୋଲକାତା୧୯|୪: ପଶ୍ଚିମବଙ୍ଗର ପାଖାପାଖି ୬୫,୦୦୦ ଦେହଜୀବୀ ଚଳିତ ଲୋକସଭା ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବେ ନାହିଁ। ଏହି ସମସ୍ତ ଯୌନକର୍ମୀ ନୋଟାରେ ଭୋଟ୍‌ ଦେବେ ବୋଲି ଏମାନଙ୍କ ଏକ ସଂଗଠନ ପକ୍ଷରୁ କୁହାଯାଇଛି।
ଦରବାର ମହିଳା ସମନ୍ବୟ କମିଟି(DMSC) କହିଛି ଯେ, ପ୍ରତ୍ୟେକ ଥର ନିର୍ବାଚନ ସମୟରେ ରାଜନୈତିକ ଦଳ ଅନେକ କଥା କୁହନ୍ତି କିନ୍ତୁ କୌଣସି କାମ କରନ୍ତି ନାହିଁ। ଯୌନକର୍ମୀମାନେ ତାଙ୍କ ପେଶାକୁ ଶ୍ରମିକ ଶ୍ରମିକ ମାନ୍ୟତା ଦେବା ପାଇଁ ଦାବି କରିଆସୁଛନ୍ତି। ଏହି ମାନ୍ୟତା ମିଳିବାପରେ ଯାଇ ସେମାନେ କାହାକୁ ଭୋଟ ଦେବେ ବା ନଦେବେ ତାହା ନିଷ୍ପତ୍ତି ନେବେ।

ଯୌନକର୍ମୀଙ୍କ ପେଶାକୁ ଶ୍ରମ ଆଇନ୍‌ ଅଧିନରେ ମାନ୍ୟତା ନଦେବା ଯୋଗୁଁ ବେଆଇନ ଯୁବତୀ ଚାଲାଣ ଭଳି ଘଟଣା ଘଟିବାରେ ଲାଗିଛି । ଦେହଜୀବୀଙ୍କ ପାଇଁ ସରକାରଙ୍କ ପୁନଃଥଇଥାନ ଯୋଜନା ମଧ୍ୟ ସମୁଦ୍ରକୁ ଶଂଖେ ବୋଲି ଏହି ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି ।




 

 

 

 

 

7309 Views

   ସମ୍ବନ୍ଧିତ ଖବର