ଦୁଇ ଦିନ ପରେ ଐତିହାସିକ ବାଲିଯାତ୍ରା : ମୁତୟନ ହେବେ ୬୫ପ୍ଲାଟୁନ ପୋଲିସ ଫୋର୍ସ, ଭିଡ ନିୟନ୍ତ୍ରଣ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ

Published By : Prameya-News7 Bureau | November 09, 2019 IST

କଟକ ୯।୧୧: ଆଉ ଦୁଇ ଦିନ ପରେ କଟକରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଭୟ ତଳ ଓ ଉପର ପଡିଆରେ ଜଗିବେ ୬୫ ପ୍ଲାଟୁନ ପୋଲିସ ଫୋର୍ସ । ତେବେ ଭିଡ ନିୟନ୍ତ୍ରଣ ସହ ବାଲିଯାତ୍ରା ଭିଡରେ ହେଉଥିବା ଚୋରିକୁ ରୋକିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ବୋଲି କହିଛନ୍ତି ଡିସିପି ଅଖିଳେଶ୍ବର ସିଂ ।

{"id":55287}

ଆସନ୍ତା ୧୨ତାରିଖରୁ କଟକରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଚଳିତ ବର୍ଷ ବାଲିଯାତ୍ରା ପାଇଁ ଉଭୟ ତଳ ଓ ଉପର ପଡିଆରେ ମୁତୟନ ହେବେ ୬୫ ପ୍ଲାଟୁନ ପୋଲିସ ଫୋର୍ସ । ବାଲିଯାତ୍ରା ସମୟରେ ଭିଡ ନିୟନ୍ତ୍ରଣ ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ରହିଥାଏ । ତା ସହ ବାଲିଯାତ୍ରା ଭିଡରେ ଚୋରି କରୁଥିବା ଗ୍ୟାଙ୍ଗକୁ ଧରିବା ମଧ୍ୟ ଏକ ବଡ ଚ୍ୟାଲେଞ୍ଜ ଥାଏ ବୋଲି କହିଛନ୍ତି ଡିସିପି । ଚଳିତ ବର୍ଷ ଲୋକମାନଙ୍କ ପାଇଁ ଅଧିକ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ବାଲିଯାତ୍ରା ସମୟରେ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯିବ । ସମ୍ପୂର୍ଣ୍ଣ ଟ୍ରାଫିକ ବ୍ୟବସ୍ଥା ଜଣେ ଅତିରିକ୍ତ ଡିସିପିଙ୍କ ଦାୟିତ୍ବରେ ରହିବ

{"id":181438}

ବାଲିଯାତ୍ରାର ଉଭୟ ପଡିଆରେ ସିସିଟିଭି ଲଗାଯିବା ସହ କଣ୍ଟ୍ରୋଲ ରୁମ୍ ମଧ୍ୟ କରାଯିବ । ତା ସହ କ୍ୟୁଆରଟି ବା କୁଇକ୍ ରେସପନ୍ସ ଟିମ୍ ସହ ଆଣ୍ଟି ଟେରୋଷ୍ଟିଟ ସ୍କ୍ବାର୍ଡ ମଧ୍ୟ ସଜାଗ ରହିବେ । ରୁଫ ଟପ ସିକ୍ୟୁରିଟିର ମଧ୍ୟ ବ୍ୟବସ୍ଥା କରାଯାଇଛି । ପଡିଆରେ ସାଦା ପୋଷାକଧାରୀ ପୋଲିସ ମୁତୟନ କରାଯିବା ସହ ପାଟ୍ରୋଲିଂ ପାଇଁ ସତନ୍ତ୍ର ଆର୍ମ ଫୋର୍ସ ପଇଁତରା ମାରିବେ ବୋଲି କହିଛନ୍ତି ଡିସିପି ।

{"id":181440}

ବାଲିଯାତ୍ରା ସମୟରେ କାର୍ତ୍ତିକେଶ୍ବର ଭସାଣୀ ହେଉଥିବାରୁ ଦୁଇ ଦିନ ପାଇଁ ମେଢ ଯାଉଥିବା ରାସ୍ତାରେ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.