କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ

Published By : Prameya-News7 Bureau | November 24, 2020 IST

ଭୁବନେଶ୍ଵର ୨୪।୧୧: ରାଜ୍ୟରେ କରୋନା ସଂକ୍ରମର ପ୍ରଭାବ କମିବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ଭିତରେ ଟିକିଏ ଆଶ୍ଵସ୍ତିର ମାହୋଲ ଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ଆସୁନାହିଁ। ତେଣୁ  ଲୋକଙ୍କ ମଧ୍ୟରେ କରୋନା ଭୟ ଦୂର ହେଉନାହିଁ। ସଂପ୍ରତି ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି। କିନ୍ତୁ ଆଜି ନୂତନ କେସ୍ ଓ ସୁସ୍ଥ ସଂଖ୍ୟା ପ୍ରାୟତଃ ସମାନ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୪୮ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୦୭,୩୭୪ରେ ପହଞ୍ଚିଛି।  ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ମଙ୍ଗଳବାର ଏହାର ସୂଚନା ଦିଆଯାଇଛି।

wp:html /wp:html

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୬ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ଅନୁଗୁଳ ଜିଲ୍ଲାରୁ ୫୧, କଳାହାଣ୍ଡିରୁ ୪୮, କଟକରୁ ୪୦, ସୁନ୍ଦରଗଡରୁ ୩୫, ବଲାଙ୍ଗୀରରୁ ୩୪, ପୁରୀରୁ ୩୪, ଜଗତସିଂହପୁରରୁ ୩୨, ବରଗଡରୁ ୩୧, ବାଲେଶ୍ଵରରୁ ୨୯, କେନ୍ଦୁଝରରୁ ୨୫, କେନ୍ଦ୍ରାପଡାରୁ ୨୪, ମୟୂରଭଞ୍ଜରୁ ୨୪ କରୋନାରୁ ଆରୋଗ୍ୟ  ଲାଭ କରିଛନ୍ତି।

ସେହି ପରି ଢେଙ୍କାନାଳ ଜିଲ୍ଲାରୁ ୨୩, ନୂଆପଡାରୁ ୨୦, ସମ୍ବଲପୁରରୁ ୨୦, ରାୟଗଡାରୁ ୧୮, ନବରଙ୍ଗପୁରରୁ ୧୩, ବୌଦ୍ଧରୁ ୧୨, ମାଲକାଗନିରିରୁ ୧୦, ଝାରସୁଗୁଡାରୁ ୯, ଗଞ୍ଜାମରୁ ୮, ଭଦ୍ରକରୁ ୬, ଯାଜପୁରରୁ ୪, କନ୍ଧମାଳରୁ ୪, ଦେବଗଡରୁ ୩, ଗଜପତିରୁ ୩, ସୋନପୁରରୁ ୩, କୋରାପୁଟରୁ ୧ ଓ ନୟାଗଡରୁ ଜଣେ କୋଭିଡ୍-୧୯ ରୁ ମୁକ୍ତ ହୋଇଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୪୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୫୨୭୧କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନା ଆଉ ୧୪ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.