ଶିକ୍ଷକଙ୍କ ବଦଳି ପ୍ରତିବାଦରେ ହଷ୍ଟେଲ ଛାଡିଲେ ୬୪ ଛାତ୍ରୀ

Published By : Prameya-News7 Bureau | August 22, 2019 IST

ଉମରକୋଟ ୨୨|୮: ଶିକ୍ଷକଙ୍କ ବଦଳି ପ୍ରତିବାଦ କରି ହଷ୍ଟେଲ ଛାଡ଼ିଲେ ୬୪ ଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ରାଇଘର ବ୍ଲକ୍ ପରଚିପାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଯେଉଁଠି ଦୀର୍ଘ ଦିନ ଧରି କାର୍ଯ୍ୟରତ ଶିକ୍ଷକ ସମାରୁ ଗଣ୍ଡ ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ଖାଦ୍ୟ ଦେବା ଅଭିଯୋଗରେ ଅନ୍ୟତ୍ର ବଦଳି କରାଯାଇଥିବାରୁ ହୋଷ୍ଟେଲ ଛାଡ଼ିଛନ୍ତି ୬୪ ଜଣ ଅନ୍ତେବାସୀ ଛାତ୍ରୀ ।

{"id":147288}

ସୂଚନା ଅନୁସାରେ ବିଦ୍ୟାଳୟର ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ବହୁ ଦିନ ଧରି ନିମ୍ନ ମାନର ଖାଦ୍ୟ ପ୍ରଦାନ ସହ ସକାଳ ଟିଫିନ୍ ଦେବାରେ ଅବହେଳା କରୁଥିଲେ । ତେବେ ଏନେଇ ବିଦ୍ୟାଳୟ ପରିଚାଳନା କମିଟି ଛାତ୍ରଛାତ୍ରୀଙ୍କଠାରୁ ଖବର ପାଇବା ପରେ ରାଇଘର ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ତଦନ୍ତ କରି ସତ୍ୟତା ପ୍ରମାଣିତ ହେବା ପରେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।

{"id":147289}

ଏହି ଖବର ପାଇବା ପରେ କିଛି ଅନ୍ତେବାସୀ ଛାତ୍ରୀ ବିଦ୍ୟାଳୟ ତଥା ଗାଁର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ଉକ୍ତ ବଦଳିକୁ ବିରୋଧ କରିବା ସହ ଶିକ୍ଷକ ସମାରୁ ଗଣ୍ଡଙ୍କୁ ପୁନର୍ବାର ଫେରାଇ ଆଣିବାକୁ ଦାବି କରି ହଷ୍ଟେଲ ଛାଡ଼ିଥିବା ଉଲ୍ଲେଖ କରିଛନ୍ତି ।

{"id":147290}

ବିଦ୍ୟାଳୟ ପରିଚାଳନା କମିଟିର ଏଭଳି ଅଭିଯୋଗକୁ ବିରୋଧ କରି କିଛି ଗ୍ରାମବାସୀ ଛାତ୍ରୀଙ୍କୁ ସହଯୋଗ କରୁଥିବା କଥା ପ୍ରକାଶ କରୁଥିବାବେଳେ ସମାରୁ ଗଣ୍ଡଙ୍କୁ ଫେରାଇ ଆଣିଲେ ବିଦ୍ୟାଳୟକୁ ଯିବେ ବୋଲି ଛାତ୍ରୀମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.