ହାଇଦ୍ରାବାଦ ୯।୧୨: ଭାରତରେ କରୋନା ଟିକାର ବିକାସରେ ବିଶ୍ବର ଆଗ୍ରହ ଦେଖି ବିଶ୍ବକୁ ଏ ନେଇ ଅବଗତ କରାଇବା ପାଇଁ ପ୍ରଥମ ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀରୁ ୬୪ ଦେଶର ରାଷ୍ଟ୍ରଦୂତ ହାଇଦ୍ରାବାଦ ସ୍ଥିତ ପ୍ରମୁଖ ଜୈବ ପ୍ରଦ୍ୟୋଗିକ କମ୍ପାନୀ ଭାରତ ବାୟୋଟେକ୍ ଏବଂ ବାୟୋଲୋଜିକାଲରେ ପହଞ୍ଚିଛନ୍ତି । ସେମାନଙ୍କୁ ଭାରତ ବାୟୋଟେକ୍ ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡକ୍ଟର କୃଷ୍ଣା ଏଲାଙ୍କ ଦ୍ବାରା ସମ୍ବୋଧନ କରାଯାଇଛି ।
ସୂତ୍ର ଅନୁସାରେ ବାୟୋଟେକ୍ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକଙ୍କ ଦ୍ବାରା ରାଷ୍ଟ୍ରଦୂତଙ୍କୁ କୁହାଯାଉଛି ଯେ, ୩୩ ପ୍ରତିଶତ ବିଶ୍ବର ଟିକା ଜିନୋମ ଭୈଲିରେ ଉତ୍ପାଦିତ କରାଯାଇଛି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଟିକା ମାନବତା ପାଇଁ ଉପଲବ୍ଧ ହେବ । ହାଇଦ୍ରାବାଦରେ ସବୁଠୁ ବଡ ଏଫଡିଏ ଦ୍ବାରା ସ୍ବୀକୃତିପ୍ରାପ୍ତ ଟିକା ସୁବିଧା ରହିଛି ।
{"id":375041,"sizeSlug":"large","linkDestination":"none"}ସୂତ୍ର ଅନୁସାରେ ପ୍ରାୟ ମାସେ ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ୧୯୦ରୁ ଅଧିକ ଦେଶର ରାଜନୈତିକ ମିଶନ ଏବଂ ପ୍ରମୁଖ ଅନ୍ତର୍ଜାତୀୟ ସଂଗଠନକୁ କୋଭିଡ୍ ୧୯ ଟିକା ବିକାଶ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ସୂଚନା ଦେଇଥିଲେ । ସେ କହିଛନ୍ତି ଯେ, ବୈଦେଶିକ ମନ୍ତ୍ରାଳୟର କୋଭିଡ୍ ୧୯ ସମ୍ବୋଧନ ପ୍ରକ୍ରିୟା ଭାବେ ଭାରତରେ ବିଦେଶୀ ମିଶନ ପ୍ରମୁଖଙ୍କୁ ହାଇଦ୍ରାବାଦ ପରିଦର୍ଶନ କରାଯାଉଛି ।
ରାଷ୍ଟ୍ରଦୂତମାନଙ୍କୁ ଅନ୍ୟ ସହର ପରିଦର୍ଶନରେ ମଧ୍ୟ ନିଆଯିବ । ସେ କହିଛନ୍ତି ଯେ, ଭାରତ କୋଭିଡ୍ ୧୯ ମହାମାରୀ ସହ ଲଢିବା ପାଇଁ ବିଶ୍ବସ୍ତରରେ ପ୍ରୟାସରେ ପ୍ରମୁଖ ଯୋଗଦାନ ଦେଉଛି । ଭାରତର ଟିକା ବିକାସର ପ୍ରୟାସରେ ଆଗ୍ରହ ପ୍ରକାଶ କରାଯାଉଛି ।
ସେହିଭଳି ଭାରତୀୟ ରାଷ୍ଟ୍ରୀୟ ନିୟମାକ ପ୍ରାଧିକରଣ ଫାଇଜର, ସେରମ ଇଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ ର ଟିକାକୁ ନେଇ କରାଯାଇଥିବା ଆବେଦନର ସମୀକ୍ଷା କରିବ । ତିନି କମ୍ପାନୀ ଟିକାର ଆପାତ୍ତକାଳୀନ ଅପଯୋଗକୁ ନେଉ ଅନୁମତି ମାଗିଛନ୍ତି । ଏ ନେଇ ଟିକାକୁ ନେଇ ଗଠିତ ବିଶେଷଜ୍ଞ ଦଳ ବୈଠକ କରିବେ ।