Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

୭ ଦିନରେ ଉଡାଣ ଭରିବେ ୬୪ ବିମାନ, ୧୨ଟି ଦେଶରୁ ଭାରତ ଫେରିବେ ୧୪,୮୦୦ ନାଗରିକ

5/05/2020 at 4:55 PM

ନୂଆଦିଲ୍ଲୀ୦୫।୦୫: ଭାରତ ସରକାର କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ବିଦେଶରେ ଫସିଥିବା ୧୪,୮୦୦ ଭାରତୀୟ ନାଗରିକଙ୍କୁ ସ୍ଵଦେଶ ଆଣିବା ପାଇଁ ମେ ୭ରୁ ମେ ୧୩ ପର୍ଯ୍ୟନ୍ତ ୬୪ ଉଡାଣ ସଞ୍ଚାଳିତ କରି ପାରନ୍ତି। ଜଣେ ରବିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି ଏହି ସ୍ଵତନ୍ତ୍ର ବିମାନର ଉଡାଣର ସଞ୍ଚାଳନ ଏୟାର ଇଣ୍ଡିଆ ଓ ଏହାର ସହାୟକ ଏୟାର ଇଣ୍ଡିଆ ଏକ୍ସପ୍ରେସ୍  କରିବେ। ଯେଉଁ ଯାତ୍ରୀ ଭାରତ ଫେରିବେ ସେମାନେ ନିଜର ଯାତ୍ରା ଭଡା ଦେବେ।

ଏହି ଦେଶରୁ ଆସିବେ ଭାରତୀୟ

ୟୁଏଇ, ବ୍ରିଟେନ୍, ଆମେରିକା, କାତାର, ସାଉଦି ଆରବ, ସିଙ୍ଗାପୁର, ମାଲେସିଆ, ଫିଲିପାଇନ୍ସ, ବାଂଲାଦେଶ, ବାହାରିନ, କୁଏତ ଓ ଓମାନରୁ ଭାରତୀୟଙ୍କୁ ସ୍ଵଦେଶ ଫେରାଇ ଅଣାଯିବ। ଭାରତରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ମାର୍ଚ୍ଚ ୨୫ରୁ ଜାରି ଲକ୍‌ଡାଉନ୍‌କୁ ପର୍ଯ୍ୟାୟକ୍ରମେ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟରେ ସବୁ ପ୍ରକାରର ବାଣିଜ୍ୟିକ ଉଡାଣ ବନ୍ଦ ରହିଛି।

ଗୃହ ମନ୍ତ୍ରଣାଳୟ ସୋମବାର ଘୋଷଣା କରିଥିଲେ ଯେ, ଏମିତି ଭାରତୀୟଙ୍କୁ ସ୍ଵଦେଶ ଅଣାଯିବାର ସୁବିଧା ପ୍ରଦାନ କରାଯିବ ଯାହାଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ଏବେ ମେ ୭ରୁ ମେ ୧୩ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ବିମାନ ଏବଂ ନୌସେନା ଜାହାଜ ଜରିଆରେ ସେମାନଙ୍କୁ ଭାରତ ଅଣାଯିବ। ଯେଉଁମାନେ ଆସିବେ ସେମାନେ ନିଜର ଭଡା ପୈଠ କରିବେ।

ମେ ୭ରୁ ମେ ୧୩ ମଧ୍ୟରେ ଚାଲିବ ଅଭିଯାନ

ଅଧିକାରୀଙ୍କ ଅନୁଯାୟୀ ମେ ୭ରୁ ମେ ୧୩ ମଧ୍ୟରେ ଭାରତରୁ ୟୁଏଇ ପାଇଁ ୧୦, ଆମେରିକା ଓ ବ୍ରିଟେନ୍ ପାଇଁ ୭-୭, ସାଉଦି ଆରବ ପାଇଁ ୫, ସିଙ୍ଗାପୁର ପାଇଁ ୫ ଓ କାତାର ପାଇଁ ୨ଟି ବିମାନ ଉଡାଣ ଭରିବେ। ଅଧିକାରୀ କହିଛନ୍ତି, ବାଂଲାଦେଶ ଓ ମାଲେସିଆରୁ ନାଗରିକଙ୍କୁ ଆଣିବା ଲାଗି ୭-୭ ଉଡାଣ ସଞ୍ଚାଳନ କରାଯିବାର ସମ୍ଭାବନା ରହିଛି। କୁଏତ ଓ ଫିଲିପାଇନ୍ସ ପାଇଁ ୫-୫ ଉଡାଣ ସଞ୍ଚାଳନ କରାଯାଇପାରେ।

ଏହା ବ୍ୟତୀତ ଓମାନ ଓ ବାହାରିନ ଲାଗି ୨-୨ ବିମାନ ଉଡାଣ ଭରିବେ। ଏହି ୬୪ ବିମାନ ମଧ୍ୟରୁ କେରଳରୁ ୧୫, ଦିଲ୍ଲୀ ଓ ତାମିଲନାଡୁରୁ ୧୧-୧୧, ମହାରାଷ୍ଟ୍ର ଓ ତେଲେଙ୍ଗାନାରୁ ୭-୭ ଏବଂ ଅନ୍ୟ ବିମାନ ଅନ୍ୟ ରାଜ୍ୟରୁ ନିର୍ଦ୍ଧାରିତ ଦେଶ ଅଭିମୁଖେ ଉଡାଣ ଭରିବେ। ଅଧିକାରୀ କହିଛନ୍ତି ସାତ ଦିନରେ ୬୪ ବିମାନ ଜରିଆରେ ପ୍ରାୟ ୧୪,୮୦୦ ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଅଣାଯିବାର ସମ୍ଭାବନା ରହିଛି।

   Related Posts