ମହାରାଷ୍ଟ୍ରରେ କରୋନା ସ୍ଥିତି ଗମ୍ଭୀର, ୨୪ ଘଣ୍ଟାରେ ୬୩,୩୦୯ ନୂଆ ପଜିଟିଭ୍‌ ସହ ରେକର୍ଡ ସଂଖ୍ୟକ ମୃତ୍ୟୁ

Published By : Prameya-News7 Bureau | April 28, 2021 IST

ମୁମ୍ବାଇ ୨୮/୦୪ : ଦେଶରେ କରୋନା ସଂକ୍ରମଣ ବେକାବୁ ହେବାକୁ ଲାଗିଛି । ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି ବରଂ କମିବାର ନା ନେଉନାହିଁ । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଉଦବେଗଜନକ ରହିଛି । ଦୈନିକ ସଂକ୍ରମଣ ଗ୍ରାଫ୍‌ ୬୦ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬୩,୩୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦିନକରେ ରେକର୍ଡ ସଂଖ୍ୟକ ୯୮୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସମୁଦାୟ ସଂକ୍ରମଣ ମାମଲା ୪୪ ଲକ୍ଷ ୭୩ ହଜାର ୩୯୪ରେ ପହଞ୍ଚିଛି ।

ଭାଇରସ୍‌ କାରଣରୁ ମୃତ୍ୟୁ ସଂଖ୍ୟା ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୬୭ ହଜାର ୧୬୪ରେ ପହଞ୍ଚି ସାରିଲାଣି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ଆଧିକାରୀକ ସ୍ତରରୁ ଜଣାପଡ଼ିଛି ଯେ, ଏବେ ରାଜ୍ୟରେ ୬ ଲକ୍ଷ ୭୨ ହଜାର ୪୩୪ ଆକ୍ଟିଭ୍‌ କେସ୍‌ ରହିଛି ।

ରାଜ୍ୟରେ କେବଳ ଏପ୍ରିଲ୍‌ ମାସ ଆଜି ତାରିଖ ପର୍ଯ୍ୟନ୍ତ ୧୫ ଲକ୍ଷ ୫୩ ହଜାର ୯୨୨ ମାମଲା ଆସିଛି  ଏବଂ ୧୧,୨୮୧ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

ଅନ୍ୟପଟେ ମହାରାଷ୍ଟ୍ରରେ ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ସମସ୍ତଙ୍କୁ ମାଗଣାରେ କରୋନା ଭ୍ୟାକସିନ୍‌ ମିଳିବ । ଏ ନେଇ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି । ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ୧୮-୪୪ ବର୍ଷ ବୟସ୍କ ସମସ୍ତଙ୍କୁ ମାଗଣା ଭ୍ୟାକସିନ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.