Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କରୋନାରୁ ସୁସ୍ଥ ହେଲେଣି ୬୩ ଲକ୍ଷରୁ ଅଧିକ ଲୋକ, ୨୪ଘଣ୍ଟାରେ ୬୩୫୦୯ ନୂଆ ସଂକ୍ରମିତ ଚିହ୍ନଟ

14/10/2020 at 10:59 AM

ନୂଆଦିଲ୍ଲୀ ୧୪।୧୦: ଭାରତରେ କରୋନା କ୍ରମାଗତ ଭାବେ ବଢିବାର ଲାଗିଛି । ଦୈନିକ ସଂକ୍ରମଣ ସଂଖ୍ୟା ପୂର୍ବ ଅପେକ୍ଷା କମିବାରେ ଦେଖିବାକୁ ମିଳିଛି । ବୁଧବାର ଦିନ ଦେଶରେ ୬୩,୫୦୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ କୋଭିଡ଼-୧୯ରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୬୩ଲକ୍ଷରୁ ଅଧିକ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୬୩,୫୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୩୦ଜଣଙ୍କ ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭୨,୩୯,୩୯୦ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।

ସେହିପରି ଦେଶରେ କରୋନା ଭାଇରସରୁ ସୁସ୍ଥଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକି ଏକ ଆଶ୍ୱସ୍ତିକର ଖବର । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରୁ ସୁସ୍ଥ ସଂଖ୍ୟା ୬୩,୦୧,୯୨୮ରେ ପହିଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ଦେଶରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୮,୨୬,୮୭୬ ପହଞ୍ଚିଛି । ପୂର୍ବ ଅପେକ୍ଷା ଦୈନିକ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୧୦,୫୮୬ରେ ପହଞ୍ଚିଛି ।

   Related Posts