ଦେଶରେ କମୁଛି କରୋନା ସଂକ୍ରମଣ, ୨୪ଘଣ୍ଟାରେ ୬୨୨୧୨ ନୂଆ ଆକ୍ରାନ୍ତ ଚିହ୍ନଟ
17/10/2020 at 11:14 AM

ନୂଆଦିଲ୍ଲୀ ୧୭।୧୦: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଦୈନିକ ସଂକ୍ରମଣ ସଂଖ୍ୟାରେ ହ୍ରାସ ପାଉଛି । କୋଭିଡ଼-୧୯ ସଂକ୍ରମଣ ସଂଖ୍ୟା ଦେଶରେ ୭୪ଲକ୍ଷ ପାର ହୋଇଥିବା ବେଳେ ଦୈନିକି ସଂକ୍ରମଣର ସଂଖ୍ୟାରେ ହ୍ରାସ ପାଉଥିବାର ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ୬୩,୩୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ଘଣ୍ଟାରେ ୬୨,୨୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭାଇରସରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୫ଲକ୍ଷ ପାର୍ ହୋଇଛି ।
India reports a spike of 62,212 new #COVID19 cases & 837 deaths in the last 24 hours.
— ANI (@ANI) October 17, 2020
Total case tally stands at 74,32,681 including 7,95,087 active cases, 65,24,596 cured/discharged/migrated cases & 1,12,998 deaths: Ministry of Health and Family Welfare pic.twitter.com/mv0TpPRCey
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାର ମଧ୍ୟରେ ୬୨,୨୧୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୩୭ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୪,୩୨,୬୮୧ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ସେହିପରି କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୬୫,୨୪,୫୯୬ରେ ପହଞ୍ଚିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ଭାବେ କମିବାରେ ଲାଗିଛି । ବର୍ତ୍ତମାନ ଦେଶରେ କରୋନାରେ ସକ୍ରିୟ ମାମଲା ୭,୯୫,୦୮୭ ରହିଛି । ସେହିପରି କରୋନାରେ ୧,୧୨,୯୯୮ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଛି ।