Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ବୟସ୍କଙ୍କ ପ୍ରେମରେ ପାଗଳ ଏହି ନାବାଳିକା ବିବାହ କରିବା ପାଇଁ ଏପରି ଜିଦ୍ କରିଥିଲା ଯେ ଶୁଣି ଆପଣଙ୍କ ହୋସ୍ ଉଡିଯିବ

30/03/2019 at 1:27 PM

ଜୟପୁର ୩୦/୩: କୁହନ୍ତି ଯେ ଲୋକେ ପ୍ରେମରେ ଏତେ ଅନ୍ଧ ହୋଇଯାଆନ୍ତି ଯେ ସେମାନେ ନିଜ ବାପା ମାଆଙ୍କୁ ମଧ୍ୟ ଭୁଲି ଯାଆନ୍ତି। କେବଳ ଏତିକି ନୁ​ହେଁ ସେମାନେ ଏପରି ପଦକ୍ଷେପ ଉଠାଇଥାଆନ୍ତି ଯେ ଯାହାକୁ ଶୁଣି ଲୋକଙ୍କ ହୋସ୍ ଉଡ଼ି ଯାଇଥାଏ। ଆଜି ଆମେ ଏପରି ଏକ ଘଟଣା ବିଷୟରେ କହିବୁ ଯାହା ଶୁଣି ଆପଣଙ୍କୁ ବିଶ୍ବାସ ହେବ ନାହିଁ। ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିବ ଯେ ଏହା କିପରି ସମ୍ଭବ। ଜଣେ ବୟସ୍କ ବ୍ୟକ୍ତି ନିଜ ବୟସଠୁ ୪୪ବର୍ଷ ସାନ ଝିଅଙ୍କୁ ଭଲ ପାଉଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ସେହି ଝିଅକୁ ମଧ୍ୟ ବୟସ୍କଙ୍କ ସହ ପ୍ରେମ ହୋଇଯାଇଛି। ଆପଣ ଏକ ଲୋକକଥା ଶୁଣିଥିବେ ଯେ ପ୍ରେମ ଅନ୍ଧ ହୋଇଥାଏ ଏବଂ ଏମାନେ ଏହାକୁ ସତ କରି ଦେଖାଇଛନ୍ତି।

 ଏହି ଘଟଣାଟି ଘଟିଛି ଇଣ୍ଡୋନେସିଆରେ। ସୁଲେମାନ ନିଜଠୁ ୪୪ବର୍ଷ ସାନ ଝିଅ ପ୍ରେମରେ ପଡ଼ିଯାଇଛନ୍ତି। ଏବଂ ସେ ସେହି ଝିଅ ସହ ବିବାହ ମଧ୍ୟ କରିଛନ୍ତି।

ସୂଚନା ଅନୁସାରେ ସୁଲେମାନଙ୍କ ଆଗରୁ ବିବାହ ହୋଇସାରିଛି। ପ୍ରଥମ ବିବାହରୁ ତାଙ୍କର ୫ଟି ପିଲା ଅଛନ୍ତି। କେବଳ ଏତିକି ନୁହେଁ ୬୨ବର୍ଷ ବୟସ୍କ ସୁଲେମାନ ୯ଟି ପିଲାଙ୍କ ଜେଜେବାପା ମଧ୍ୟ। ଏହା ସତ୍ତେ ସେ ୧୮ବର୍ଷ ଯୁବତୀ ଡାଏନା ଡାଏଙ୍ଗ୍ ନଗନିଆଙ୍ଗଙ୍କୁ ବିବାହ କରିଛନ୍ତି। ଖାସ୍ କଥା ହେଉଛି ଏହା ଯେ ସେ ମଧ୍ୟ ତାଙ୍କୁ ଭଲ ପାଆନ୍ତି। ସେଥିପାଇଁ ତାଙ୍କୁ ବିବାହ କରିବାକୁ ରାଜି ହୋଇଯାଇଥିଲେ।

ସୁଲେମାନଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଯିବା ପରଠୁ ସେ ଏକୁଟିଆ ହୋଇଯାଇଥିଲେ। ସୁଲେମାନ ଡାଏନାଙ୍କ ବାପାଙ୍କ ପାଖକୁ କୈାଣସି କାମ ପାଇଁ ଯାଉଥିଲେ। ଏଥିପାଇଁ ଦୁହେଁ ପରସ୍ପରର ନିକଟତର ହୋଇଥିଲେ। କିନ୍ତୁ ଉଭୟଙ୍କ ପ୍ରେମକୁ ସମାଜ ସ୍ବୀକାର କରିନଥିଲା।    

   Related Posts