ସବୁଠୁ ବୟସ୍କା ଅଜଗର, ୬୨ ବର୍ଷରେ ଦେଲା ୭ଟା ଅଣ୍ଡା, କିନ୍ତୁ ଆଶ୍ଚର୍ଯ୍ୟର କଥା କେବେ ମଧ୍ୟ କୌଣସି ଅଣ୍ଡିରା ଅଜଗର ସହ ରଖିନି ସମ୍ପର୍କ

Published By : Prameya-News7 Bureau | September 11, 2020 IST

ସେଣ୍ଟ ଲୁଇସ୍ ୧୧/୦୯: ମିସୋରିର ସେଣ୍ଟ ଲୁଇସର ଏକ ଚିଡ଼ିଆଖାନାରେ ୬୨ ବର୍ଷ ବୟସର ବଲ ପାଇଥନ (ଅଜଗର) ସାତଟି ଅଣ୍ଡା ଦେଇଛି। ତେବେ ଏହାକୁ ଦେଖି ଚିଡ଼ିଆଖାନାର କର୍ମକର୍ତା ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଅଜଗର ଦୁଇ ଦଶକରୁ ଅଣ୍ଡିରା ବା ମେଲ ପାଇଥନ ସଂସ୍ପର୍ଶରେ ଆସି ନାହିଁ। ଆଶ୍ଚର୍ଯ୍ୟର ବିଷୟ ଏହା ୬ ବର୍ଷ ବୟସରୁ ଅଣ୍ଡା ଦେବା ଆରମ୍ଭ କରେ ଓ ୬୦ ବର୍ଷ ବୟସରେ ଅଣ୍ଡା ଦେବା ବନ୍ଦ କରି ଦିଏ। ଏହା ପରେ ବି ଅଣ୍ଡା ଦେଇଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

{"id":328152,"sizeSlug":"large"}

ତେବେ ଚିଡିଆଖାନା ମ୍ୟାନେଜର ମାର୍କ ଓ୍ବାନର କହିଛନ୍ତି ଯଦିଓ ଏ ଘଟଣା ଅଜବ ମାତ୍ର ଅଣ୍ହିରା ପାଇଥନ ବିନା ମାଇ ପାଇଥନର ଛୁଆ ଜନ୍ମ ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ। କୋମୋଡୋ ଡ୍ରାଗନ ଓ ରାଟଲସ୍ନେକ୍ ଭଳି କିଛି ପ୍ରଜାତି ସେକ୍ସ ବିନା ଛୁଆ ଜନ୍ମ କରନ୍ତି।

ଏହା ଜୁଲାଇ ୨୩ରେ ଅଣ୍ଡା ଦେଇଛି। ଏଥିରୁ ତିନିଟି ଅଣ୍ଡାକୁ ଇନକ୍ୟୁବେଟରେ ରଖାଯାଇଛି। ସେଥିରୁ ଦୁଇଟି ଅଣ୍ଡାର ଉପଯୋଗ ଜେନେଟିକ୍ ସାମ୍ପଲ ପାଇଁ ରଖାଯାଇଛି। ସେଣ୍ଟ୍ ଲୁଇସ୍ ଜୁରେ କୌଣସି ପାଇଥନର ଆନୁଷ୍ଠନିକ ନାଁ ରଖାଯାଇ ନାହିଁ। ମାଈ ଅଜଗରକୁ ୧୯୬୧ରେ ଚିଡ଼ିଆଖାନାକୁ ଅଣାଯାଇଥିଲା। ୨୦୦୯ରେ ମଧ୍ୟ ସେ ଅଣ୍ଡା ଦେଇଥିଲା କିନ୍ତୁ ତାହା ନଷ୍ଟ ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.